ପ୍ରଧାନମନ୍ତ୍ରୀଙ୍କ ମା' ନେଲେ କରୋନା ଟିକା, ଟ୍ୱିଟ୍‌ କରି ଜଣାଇଲେ ମୋଦି

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ, ୧୧/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା' ହୀରା ବେନ୍‌ଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି । ଏନେଇ ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ମୋଦି ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, ମୁଁ ଆପଣମାନଙ୍କୁ ଜଣାଇ ଖୁସି ଅନୁଭବ କରୁଛି ଯେ, ମୋ ମା'ଙ୍କୁ ଆଜି କରୋନାର ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ମୁଁ ଆପଣ ସମସ୍ତଙ୍କୁ ନିବେଦନ କରୁଛି ଯେ, ଯେଉଁମାନେ ଭ୍ୟାକ୍ସିନ୍‌ ନେବା ପାଇଁ ଗାଇଡ୍‌ଲାଇନ୍‌ ଅନୁସାରେ ଯୋଗ୍ୟ ସେମାନେ ସମସ୍ତେ ନିଶ୍ଚିତ ଭାବେ ଟିକା ନିଅନ୍ତୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ପ୍ରେରିତ କରନ୍ତୁ ।

wp:html /wp:html

ପ୍ରଧାନମନ୍ତ୍ରୀଙ୍କ ମା' ହୀରାବେନ୍‌ ଗୁଜୁରାଟର ଗାନ୍ଧୀ ନଗରରେ ରହୁଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୧୦୦ ବର୍ଷ ପାଖାପାଖି ହେବ । ହେଲେ ଏତେ ବୟସରେ ମଧ୍ୟ ସେ ସକ୍ରିୟ ଥିବା ଜଣାପଡ଼ୁଛନ୍ତି । ପୂର୍ବରୁ ମୋଦିଙ୍କୁ ମଧ୍ୟ ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ଦିଆସରିଛି । ଦିଲ୍ଲୀ ଏମ୍ସରେ ମାର୍ଚ୍ଚ ୧ ତାରିଖରେ ତାଙ୍କୁ ଏହି ଟିକା ଦିଆଯାଇଥିଲା ।

ମୋଦି ଯେତେବେଳେ ବି ଗୁଜୁରାଟ ଯାଇଥାନ୍ତି, ସେତେବେଳେ ନିଜ ମା'ଙ୍କୁ ଭେଟିକରି ଆସନ୍ତି । ଏହାଛଡ଼ା ଜନ୍ମଦିନ ଅବସରରେ ମୋଦି ମାଆଙ୍କ ଠାରୁ ଆଶିର୍ବାଦ ନେବା ପାଇଁ ତାଙ୍କୁ ଭେଟିବାକୁ ଯାଇଥାନ୍ତି ।  

ତେବେ ମାର୍ଚ୍ଚ ମାସ ୧ ତାରିଖରୁ ଦେଶରେ ଦ୍ୱିତୀୟ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.