ହୀରବେନ୍‌ଙ୍କ ବିୟୋଗ: ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ, ଗୃହମନ୍ତ୍ରୀ କହିଲେ- ହୀରାବେନ ସମସ୍ତଙ୍କ ପାଇଁ ରୋଲ୍‌ ମଡେଲ୍

Published By : Prameya-News7 Bureau | December 30, 2022 IST

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌ ପରଲୋକ ହୋଇଛି। ଶୁକ୍ରବାର ଭୋର ସମୟରେ ଆଖିବୁଜିଛନ୍ତି ଶତାୟୁ ହୀରାବେନ। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ସେ ଅହମଦାବାଦର ୟୁଏନ୍ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗ ନେଇ ଆଜି ସକାଳେ ହସ୍‌ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି।

wp:html /wp:html

ହୀରବେନ୍‌ଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ଦେଶର ବଡ଼ ବଡ଼ ନେତା ଓ ମନ୍ତ୍ରୀ। ମାଆଙ୍କ ବିୟୋଗ ନେଇ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଲେଖିଛନ୍ତି “ ଏକ ଉତ୍ତମ ଶତାବ୍ଦୀର ଜୀବନ ଆଜି ଈଶ୍ୱର ଚରଣରେ ବିଶ୍ରାମ ନେଲା। ମାଆ ମୁଁ ସବୁବେଳେ ସେହି ତ୍ରିମୂର୍ତ୍ତୀକୁ ଅନୁଭବ କରିଛି। ଯେଉଁଥିରେ ଏକ ତପସ୍ୱୀର ଯାତ୍ରା, ନିଷ୍କାମ କର୍ମଯୋଗୀର ପ୍ରତୀକ ଓ ମୂଲ୍ୟ ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ ରହିଛି।”

wp:html /wp:html

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ହୀରାବେନ୍ ସମସ୍ତଙ୍କ ପାଇଁ ରୋଲ ମଡେଲ ଥିଲେ ବୋଲି ଶାହ ଟ୍ୱିଟ୍ କରି ଲେଖିଛନ୍ତି। ସେ ଲେଖିଛନ୍ତି " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ପୂଜ୍ୟ ମାଆ ହୀରା ବାଙ୍କ ସ୍ୱର୍ଗବାସ ସୂଚନା ଅତ୍ୟନ୍ତ ଦୁଃଖଦ ଘଟଣା। ମାଆ ଏକ ବ୍ୟକ୍ତି ଜୀବନର ପ୍ରଥମ ବନ୍ଧୁ ଓ ଗୁରୁ ହୋଇଥାଏ। ଯାହାଙ୍କୁ ହରାଇବାର ଦୁଃଖ ସଂସାରର ସବୁଠାରୁ ବଡ ଦୁଃଖ ଏଥିରେ ସନ୍ଦେହ ନାହିଁ।"

wp:html /wp:html

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାତ ସିଂହ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ମାଆ ଚାଲିିିଯିବା ବ୍ୟକ୍ତି ଜୀବନରେ ଏକ ଅସମ୍ଭବ ଶୂନ୍ୟତା ଆଣିଥାଏ ବୋଲି ରାଜନାଥ କହିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କର ମାଆ ହୀର ବାଙ୍କ ନିଧନରେ ମୁଁ ଗଭୀର ଭାବେ ମର୍ମାହାତ ହୋଇଛି। ଜଣେ ମାଆର ବିୟୋଗ ବ୍ୟକ୍ତିର ଜୀବନରେ ଏମିତି ଶୂନ୍ୟତା ଭରିଦିଏ ଯେ ଯାହାର ଭରଣା କରିବା ସମ୍ଭଭ ନୁହେଁ। ଏହି ଦୁଃଖଦ ସମୟରେ ପ୍ରଧାନମନ୍ତ୍ରୀ ନୋଦୀ ଓ ତାଙ୍କ ପରିବାର ପ୍ରତି ମୋର ସମବେଦନା ବ୍ୟକ୍ତ କରୁଛି। ଓମ୍ ଶାନ୍ତି। "

wp:html /wp:html

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଭାରତୀୟ ଆଦର୍ଶର ପ୍ରତୀକ। ଶ୍ରୀ ମୋଦୀ ମାତ୍ରୃଦେବଭବ ଭାବନା ଓ ହୀରାବଙ୍କ ମୂଲ୍ୟବୋଧକୁ ଜୀବନରେ ଉପଯୋଗ କରିଛନ୍ତି। ପୁଣ୍ୟା ଆତ୍ମାଙ୍କ ଶାନ୍ତିପାଇଁ ମୁଁ ପ୍ରାର୍ଥନା କରୁଛି। ପରିବାର ପ୍ରତି ମୋର ସମବେଦନା ଜ୍ଞାପନ କରୁଛି।"

wp:html /wp:html

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ମାଆ ଭଳି କେହି ନାହିଁ। ହୀରାବାଙ୍କ ଭଳି ତପସ୍ୱ କର୍ମଯୋଗୀ ମାଆଙ୍କୁ ମୋର ପ୍ରଣାମ। ମହାପ୍ରଭୁ ଜଗନ୍ନାଥ ପରିବାର ଏ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଧର୍ମେନ୍ଦ୍ରଙ୍କ ବ୍ୟାତୀତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.