LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘ମନ କି ବାତ୍‌’ର ୯୯ତମ ସଂସ୍କରଣ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ, ଅଙ୍ଗ ଦାନ ଉପରେ କଲେ ଚର୍ଚ୍ଚା, କହିଲେ…

26/03/2023 at 1:00 PM

ନୂଆଦିଲ୍ଲୀ, ୨୬/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ କି ବାତ୍’ର ୯୯ ତମ ଏପିସୋଡ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଅନେକ ମହତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି। ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ପ୍ରଶଂସା କରିଛନ୍ତି।

ପିଏମ୍‌ ମୋଦୀ କହିଛନ୍ତି, ଆଧୁନିକ ଚିକିତ୍ସା ବିଜ୍ଞାନର ସମୟରେ ଅଙ୍ଗଦାନ ବହୁତ ବଡ଼ ବିଷୟ। କେହି ବ୍ୟକ୍ତି ଯଦି ମୃତ୍ୟୁ ପରେ ନିଜ ଅଙ୍ଗ ଦାନ କରୁଛନ୍ତି ତେବେ ସେ ଏହାଦ୍ବାରା ୮-୯ ଲୋକଙ୍କ ଜୀବନଦାନ ମିଳୁଛି। ଲୋକମାନେ ମଧ୍ୟ ଅଙ୍ଗ ଦାନ ଆଡ଼କୁ ଇଚ୍ଛା ପ୍ରକାଶ କରୁଛନ୍ତି ଯାହା ଖୁସିର କଥା। ୨୦୨୨ ରେ ୧୫ ହଜାର ଲୋକ ଅଙ୍ଗ ଦାନ କରିଥିଲେ। ଅଙ୍ଗ ଦାନ କରୁଥିବା ଲୋକ ଏବଂ ତାଙ୍କ ପରିବାର ସଦସ୍ୟ ପୁଣ୍ୟ କାମ କରୁଛନ୍ତି।’’

ନାରୀଶକ୍ତିକୁ ପ୍ରଶଂସା:

ଏହି ଅଧ୍ୟାୟରେ  ପିଏମ୍ ମୋଦୀ ନାରୀଶକ୍ତିର ପ୍ରଶଂସା ମଧ୍ୟ କରିଛନ୍ତି। ଏବଂ ନାଗାଲାଣ୍ଡ ୭୫ ବର୍ଷରେ ପ୍ରଥମ ଥର ମହିଳା ବିଧାୟକ ହୋଇଥିବା ହେକାନୀ ଜଖାଲୁଙ୍କ ଉଦାହରଣ ଦେଇଛନ୍ତି। ପଧାନମନ୍ତ୍ରୀ କହିଛନ୍ତି ଆମ ଦେଶ ବିକାଶରେ ନାରୀ ଶକ୍ତିଙ୍କ ବଡ଼ ଭୂମିକା ରହିଛି। ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ ସୁରେଖା ଯାଦବଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ଏହା ସସ ସେ ଓସ୍କାର୍ସର ଚର୍ଚ୍ଚା କରି ‘ଏଲିଫ୍ୟାଣ୍ଟ ହ୍ବିସପର୍ସ’ର ଉଦାହରଣ ଦେଇ ମୋଦୀ କହିଛନ୍ତି ଗୁନୀତ ମୋଙ୍ଗା ଏବଂ ନିର୍ଦ୍ଦେଶକ କାର୍ତ୍ତିକୀ ଗୋଞ୍ଜାଲ୍ବିସିଙ୍କ ଡକ୍ୟୁମେଣ୍ଟ୍ରି ଓସ୍କାର ଜିତି ଦେଶର ନାମ ଉଜ୍ବଳ କରିଛି।

ସୌର ଶକ୍ତି କ୍ଷେତ୍ରରେ ବଢ଼ୁଛି ଭାରତ: ପିଏମ

ଏହି ଅବସରରେ ପ୍ରଧାନମନ୍ତ୍ରୀ ସବୁଜ ଶକ୍ତି ଉପରେ କହି ଭାରତ ଯେଉଁଭଳି ଭାବରେ ସୌର ଶକ୍ତି କ୍ଷେତ୍ରରେ ଆଗକୁ ବଢ଼ୁଛି ତାହା ବଡ଼ କଥା। ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ଗୁଜରାଟରେ ହେବାକୁ ଯାଉଥିବା ‘ସୌରାଷ୍ଟ୍ର ତାମିଲ୍ ସଙ୍ଗମମ’ କୁ ନେଇ କହିଛନ୍ତି ଯେ ୧୭ ରୁ ୩୦ ଏପ୍ରିଲ୍‌ ପର୍ଯ୍ୟନ୍ତ ଗୁଜରାଟର ବିଭିନ୍ନ ଭାବରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ବନ୍ଧକୁ ନେଇ ଆୟୋଜନ କରାଯିବ।

   Related Posts