ନୂଆଦିଲ୍ଲୀ ମୋଦୀଙ୍କ ବ୍ରୁନେଇ ଗସ୍ତକୁ ନେଇ ସବୁଠି ଆଲୋଚନା । ୪୦ ବର୍ଷ ଧରି ଭାରତ ଏବଂ ବ୍ରୁନେଇ ମଧ୍ୟରେ ରହିଆସିଛି କୂଟନୈତିକ ସମ୍ପର୍କ । ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗସ୍ତ କରିଥିଲେ ନମୋ । ଯାତ୍ରା ବେଳେ ବ୍ରୁନେଇର ସୁଲତାନଙ୍କ ଘରେ ଥିଲା ପିଏମଙ୍କ ପାଇଁ ମଧ୍ୟାହ୍ନ ଭୋଜନ । ଆଉ ଭବ୍ୟ ଆୟୋଜନରେ ପରସାଯାଇଥିଲା ଭଳିକି ଭଳି ସୁସ୍ୱାଦୁ ଭୋଜନ । ତେବେ କଣ ଥିଲା ତାଙ୍କ ମଧ୍ୟାହ୍ନ ଭୋଜନ ମେନ୍ୟୁ । ବ୍ରୁନେଇରେ ଥିବା ଭାରତୀୟ ଦୂତାବାସ ସେୟାର କରିଛି ମେନ୍ୟୁର ଚିତ୍ର । ଆସନ୍ତୁ ଜାଣିବା କଣ ଥିଲା ତାଲିକା ।
ମେନ୍ୟୁରେ ଥିଲା କିଛି ଏମିତି । ଚଣା ମସାଲା, କୋଫତା କରି, ଲେଡିଫିଙ୍ଗର ସହ ଜିରା ଆଳୁ । ଗ୍ରିଲ୍ ଲବଷ୍ଟର, ତସମାନିୟାମି ସାଲମନ, ଚିଙ୍ଗୁଡ଼ି ସ୍କାଲପ୍ ଏବଂ ନଡ଼ିଆ ବାର୍ଲି ରିସୋଟୋ । ଏହାସହ ରାଇସ୍ କେକ୍, ମସୁର ଡାଲି, ଭେଜିଟେବୁଲ କ୍ୱିଚ୍, ବ୍ଲାକ୍ ଟ୍ରଫଲ ସହ ପରସାଯାଇଥିଲା ଫରେଷ୍ଟ ମସ୍ରୁମ । ତେବେ ମିଠାରେ ଥିଲା ମ୍ୟାଙ୍ଗୋ କେସର ପେଡା, ମୋତିଚୁର ଲଡ୍ଡୁ ସହ ଦିଆଯାଇଥିଲା ସୁରତି ଘାରୀ ପିସ୍ତା ।
ବୁଧବାର ସୁଲତାନଙ୍କ ବାସଭବନରେ ବସିଥିଲା ହାଇଲେବଲ ମିଟିଂ । ବୈଠକ ପରେ ଟୁଇଟ୍ କରି ମୋଦି କହିଥିଲେ ଆଗକୁ ଆହୁରି ମଜ୍ଭୁତ ହେବ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ । ବାଣିଜ୍ୟ ଏବଂ ବାଣିଜ୍ୟିକ ସମ୍ପର୍କ ବଢିବା ସହ ଲୋକଙ୍କ ମଧ୍ୟରେ ବଢିବ ଭାବ ବିନିମୟ । ଆପୋଷ ବୁଝାମଣା ବଢିବା ସହ ନୂତନ କ୍ଷେତ୍ରରେ ନିଯୁକ୍ତି ପାଇଁ ଖୋଲିବ ସୁଯୋଗ ।UNCLOS ୧୯୮୨ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଉପାୟ ମାଧ୍ୟମରେ ବିବାଦର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଉଭୟ ନେତା ।
ଖାସ୍ ଫୁଡ ମେନ୍ୟୁକୁ ନେଇ ଖୁସ୍ ମୋଦୀ । ଦୀର୍ଘବର୍ଷ ପରେ ଏପରି ସମ୍ମାନ ପାଇ ନମୋ ବି ଗଦ୍ଗଦ । ବ୍ରୁନେଇ ଗସ୍ତ ସାରି ମୋଦୀ ଏବେ ସିଙ୍ଗାପୁର ଗସ୍ତରେ । ହେଲେ ମନକୁ ତାଙ୍କର ଛୁଇଁଯାଇଛି ବ୍ରୁନେଇର ଆଥିତ୍ୟତା ।