ଗୁଜରାଟରେ ନିର୍ମିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁନାର ପ୍ରତିମା, ଜାଣନ୍ତୁ ଓଜନ କେତେ ?

Published By : Prameya-News7 Bureau | January 21, 2023 IST

ସୁରଟ ୨୧।୧: ଗୁଜରାଟର ସୁରାଟ ସହରରେ ଜନୈକ ସ୍ୱର୍ଣ୍ଣଳଙ୍କାର କାରିଗର ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ବିପଳ ବିଜୟ ଖୁସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସୁନାର ପ୍ରତିମା ନିର୍ମାଣ କରିଛନ୍ତି। ଏହି ମୂର୍ତ୍ତିକୁ ନିର୍ମାଣ କରିବା ପାଇଁ ୨୦ରୁ ୨୫ ଜଣ ସ୍ୱର୍ଣ୍ଣକାରଙ୍କ ଏକ ଟିମ୍‌କୁ ୩ ମାସ ସମୟ ଲାଗିଥିଲା। ଏହି ମୂର୍ତ୍ତିଟିର ଓଜନ୧୫୬ ଗ୍ରାମ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

wp:list
  • -ସୁରଟର ସ୍ୱର୍ଣ୍ଣଳଙ୍କାର ବ୍ୟବସାୟୀ ନିର୍ମାଣ କରିଛନ୍ତି ମୋଦିଙ୍କ ସୁନାର ପ୍ରତିମା
  • -ମୂର୍ତ୍ତି ନିର୍ମାଣ ଲାଗି ୨୦ରୁ ୨୫ ଜଣିଆ କାରିଗର ଟିମ୍‌କୁ ଲାଗିଥିଲା ୩ ମାସ ସମୟ
  • -ଗୁଜରାଟ ବିଧାନସଭାର ୧୫୬ ଆସନରେ ବିଜୟ ଯୋଗୁ ୧୫୬ ଗ୍ରାମର ହୋଇଛି ମୂର୍ତ୍ତି
/wp:list

ସ୍ୱର୍ଣ୍ଣ ଆଭୂଷଣ ନିର୍ମାତା କମ୍ପାନୀ ‘ ରାଧିକା ଚେନସ୍’ ଏହି ପ୍ରତିମା ନିର୍ମାଣ କରିଥିବା ବେଳେ ମାଲିକ ବସନ୍ତ ବୋହରା ଏହାକୁ ୧୮ କ୍ୟାରେଟ୍‌ ସୁନାରେ ନିର୍ମାଣ କରାଇଛନ୍ତି। ଗତବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୧୮୨ଟି ଆସନରୁ ୧୫୬ଟିରେ ବିଜୟୀ ହୋଇଥିଲା। ସେହି ଅନୁସାରେ ବ୍ୟବସାୟୀ ମୂର୍ତ୍ତିର ଓଜନ ୧୫୬ ଗ୍ରାମ ରଖିଛନ୍ତି। ଏହି ମୂର୍ତ୍ତିକୁ କିଣିବା ଲାଗି ଲୋକେ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ସ୍ୱର୍ଣ୍ଣଳଙ୍କାର ବ୍ୟବସାୟୀ ଏପର୍ଯ୍ୟନ୍ତ ମୂର୍ତ୍ତି ବିକିବେ କି ନା ସେ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

wp:html /wp:html

ରାଧିକା ଚେନସ୍‌ ମାଲିକ ବୋହରା କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ଫ୍ୟାନ୍‌। ତାଙ୍କ ସମ୍ମାନରେ କିଛି କରିବାକୁ ଚାହୁଁଥିଲି। ଆମ କାରଖାନାରେ ଏହି ମୂର୍ତ୍ତି ନିର୍ମାଣ ଲାଗି ୨୦ କାରିଗରଙ୍କୁ ପାଖାପାଖି ୩ ମାସ ସମୟ ଲାଗିଛି। ଏହାର ଚୂଡ଼ାନ୍ତ ପରିଣାମ ମୋତେ ବେଶ୍ ସନ୍ତୋଷ ଦେଇଥିବା ବୋହରା କହିଛନ୍ତି। ଏହାର କୌଣସି ମୂଲ୍ୟ ନିର୍ଦ୍ଧାରଣ ହୋଇନି, କାରଣ ଏହା ଏବେ ବିକ୍ରି ଲାଗି ନୁହେଁ ବୋଲି ସେ କହିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ସୁନାର ପ୍ରତିମା ଦେଖାଯାଉଛି।

wp:list
  • -ଏହାର କୌଣସି ମୂଲ୍ୟ ନିର୍ଦ୍ଧାରଣ ହୋଇନି, କାରଣ ଏହା ଏବେ ବିକ୍ରି ଲାଗି ନୁହେଁ
  • -ପ୍ରଧାନମନ୍ତ୍ରୀଙ୍କ ସୁନାରେ ନିର୍ମିତ ଏହା ପ୍ରଥମ ମୂର୍ତ୍ତି ନୁହେଁ
  • -ଧନତେରସ କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବି ଥିବା ସ୍ୱର୍ଣ୍ଣମୁଦ୍ରା ମଧ୍ୟ ଦେଶରେ ଖୁବ୍ ବିକ୍ରି ହୋଇଛି
/wp:list

ତେବେ ପ୍ରଧାନମନ୍ତ୍ରୀଙ୍କ ସୁନାରେ ନିର୍ମିତ ଏହା ପ୍ରଥମ ମୂର୍ତ୍ତି ନୁହେଁ। ଏହା ପୂର୍ବରୁ ଇନ୍ଦୋର ଓ ଅହମ୍ମଦାବାଦର କେତେକ ବ୍ୟବସାୟୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁନାର ମୂର୍ତ୍ତି ନିର୍ମାଣ କରିସାରିଛନ୍ତି। ଧନତେରସ କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଛବି ଥିବା ସ୍ୱର୍ଣ୍ଣମୁଦ୍ରା ମଧ୍ୟ ଦେଶରେ ଖୁବ୍ ବିକ୍ରି ହୋଇଛି। ନିକଟରେ ୟୁପିର ମିରଟରେ ଅନୁଷ୍ଠିତ ଜ୍ୱେଲରୀ ପ୍ରଦର୍ଶନୀରେ କେତେକ ରାଜ୍ୟର ସ୍ୱର୍ଣ୍ଣଳଙ୍କାର ବ୍ୟବସାୟୀ ସେମାନଙ୍କ ଆଭୂଷଣ ପ୍ରଦର୍ଶିତ କରିଥିଲେ। ଏଥିରେ ମୋଦିଙ୍କ ଛବି ଥିବା ମୁଦ୍ରା ଆକର୍ଷଣର କେନ୍ଦ୍ର ପାଲଟିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.