Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ମହମ୍ମଦ ରଫିକ୍ ଗିରଫ

24/04/2018 at 9:22 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା ଲାଗି ଯୋଜନା କରିଥିବା କହିଥିବା ମହମ୍ମଦ ରଫିକ୍ ଗିରଫ । ୧୯୯୮ କୋଏମ୍ବାଟୁର ବିସେଫୋରଣ ମାମଲାରେ ଦୋଷୀ ଥିଲା ରଫିକ୍‌ । କିଛି ଦିନ ତଳେ ଏକ ଟେଲିଫୋନ ବାର୍ତ୍ତାଳାପବୋଳେ ରଫିକ୍ କହିଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିଛି । ଏହି ମାମଲାରେ ରଫିକ୍ ବିରୋଧରେ ପୋଲିସ ଆଇପିସିର ୧୫୩ – ଏ , ୫୦୬ ଧାରାରେ ମମାଲା ରୁଜ୍ଜୁ କରିଥିଲା । ରଫିକ୍‌କୁ ଗିରଫ କରାଯାଇଥିଲେ ବି , ସେ ସେଭଳି କିଛି ଷଡଯନ୍ତ୍ର କରିଥିବା ସ୍ପଷ୍ଟ ହୋଇନି । ରଫିକ୍‌ ମଧ୍ୟ ପୋଲିସକୁ କହିଛି, ସେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ସେଭଳି କିଛି ଷଡଯନ୍ତ୍ର କରିନାହିଁ । କେବଳ ଜଣେ ଟ୍ରକ ଡ୍ରାଇଭରକୁ ଧମକ ଦେବାକୁ ଟେଲିଫୋନ୍‌ରେ ଏପରି କହିଥିବା ମାନିଛି । ମହମ୍ମଦ ରଫିକ୍‌ର ଅପରାଧିକ ପୃଷ୍ଠ ଭୂମି ରହିଥିବାରୁ ତାକୁ ଗିରଫ କରିଛି ପୋଲିସ । ୧୯୯୮ କୋଏମ୍ବାଟୁର ସିରିଜ ବୋମା ବିସ୍ଫୋରଣ ମାମଲାରେ ରଫିକ ଦୋଷୀସାବ୍ୟସ୍ତ ହୋଇଥିଲା । ସେହି ସିରିଜ ବୋମା ବିସ୍ଫୋରଣରେ ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଅଦାଲତରେ ଦୋଷୀ ସାବ୍ୟସ୍ତ ରଫିକ୍ ଜେଲ୍ ଦଣ୍ଡ ଭୋଗି ୨୦୦୭ରେ ମୁକ୍ତ ହୋଇଥିଲା ।

Leave a Reply

   Related Posts