LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏସସିଓ ସମ୍ମିଳନୀରେ ମୋଦି – ଜିନ ପିଙ୍ଗ ଆଲୋଚନା

10/06/2018 at 8:40 AM

ଚୀନର କ୍ବିଙ୍ଗଡୋ ସହରରେ ଏସସିଓ ଶିଖର ବୈଠକରେ ଯୋଗଦେଇ ସୁରକ୍ଷା ଓ ଯୋଗାଯୋଗ ଉପରେ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ଲିନାରି ସେସନରେ ମୋଦି ଆତଙ୍କବାଦ ପ୍ରସଙ୍ଗ ପୁଣି ଉଠାଇଛନ୍ତି। ଏବଂ ଅପ୍ରତକ୍ଷଭାବେ ପୁଣି ପାକିସ୍ତାନକୁ ଟାର୍ଗେଟ କରିଛନ୍ତି।ଆତଙ୍କବାଦ ପ୍ରଭାବରେ ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ ଉଦାହରଣ ଆଫଗାନିସ୍ତାନ ବୋଲି କହିଛନ୍ତି ମୋଦି।ଆତଙ୍କବାଦକୁ ମୁକାବିଲା କରିବାପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି ନେଇଥିବା ପଦକ୍ଷେପକୁ ସୁବ ଏସସିଓ ସଦସ୍ୟ ରାଷ୍ଟ୍ର ସମ୍ମାନ ଦେବେ ବୋଲି ମୋଦି କହିଛନ୍ତି। ସୁରକ୍ଷା ପାଇଁ ମୋଦି ଦେଇଛନ୍ତି SECURE ମନ୍ତ୍ର। ସୁରକ୍ଷା ପାଇଁ ୬ଟି ପଦକ୍ଷେପ ନେବା ବହୁତ ଜରୁରୀ ବୋଲି କହିଛନ୍ତି ମୋଦି। ମୋଦି ଅଭିଭାଷଣରେ କହିଛନ୍ତି ଯେ ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ସଂଖ୍ୟାରୁ ମାତ୍ର ୬ ପ୍ରତିଶତ ଏସସିଓ ରାଷ୍ଚ୍ରରୁ ଆସୁଛନ୍ତି। ଏହାକୁ ଦୁଇ ଗୁଣ କରିାବକୁ ଜୋର ଦେଇଛନ୍ତି ମୋଦି। ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାପାଇଁ ଭାରତରେ ଏସସିଓ ଫୁଡ ଫେଷ୍ଟିଭାଲ ଏବଂ ବୌଦ୍ଧ ଫେଷ୍ଟିଭାଲର ଆୟୋଜନ କରାଯିବ ବୋଲି ମୋଦି କହିଛନ୍ତି। ଏସିଓ ବୈଠକ ଅବସରରେ ମୋଦି ଚୀନର ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କୁ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଛନ୍ତି। ଉଭୟନେତା ବୁହାନ ହୋଇତିବା ଅନୌପଚାରିକ ବୈଠକର ନିଷ୍ପତ୍ତିକୁ କ୍ରିୟାଶିଳ କରିବାକୁ ଜୋର ଦେଇଛନ୍ତି। ଏସିଓରେ ଏବେ ୮ଟି ସଦସ୍ୟ ରାଷ୍ଟ୍ର ଅଛନ୍ତି।୨୦୦୧ରେ ଏହାର ପ୍ରତିଷ୍ଠା କରାଯାଇଥିଲା। ଗତବର୍ଷ ଏଥିରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିଥିଲା।

Leave a Reply

   Related Posts