ପିଏମ୍ ମୋଦୀ ଏବଂ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ କଥାବର୍ତ୍ତା, ଲଦାଖରେ ଉତ୍ତେଜନା ହ୍ରାସ ଉପରେ ସହମତି

Published By : Prameya-News7 Bureau | August 24, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସି ଜିନପିଙ୍ଗ ଲଦାଖରୁ ଉତ୍ତେଜନା ହ୍ରାସ କରିବା ଉପରେ ସହମତ ହୋଇଛନ୍ତି । ବିଦେଶ ମନ୍ତ୍ରାଳୟର କହିବା ଅନୁସାରେ ବ୍ରିକ୍ସରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସି ଜିନପିଙ୍ଗ ଲଦାଖରେ ଶୀଘ୍ର ଉତ୍ତେଜନା କମ କରିବା ଉପରେ ସହମତ ହୋଇଛନ୍ତି ।

ପଢନ୍ତୁ: ଲଦାଖର ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଫାଇଟର ଏୟାରବେସ୍ ରୂପ ଦେଉଛି ବାୟୁ ସେନା, ବିସ୍ତାରବାଦୀ ଚୀନକୁ ମିଳିବ ମୁହଁତୋଡ ଜବାବ

ବିଦେଶ ସଚିବ ବିନୟ କ୍ୱାତ୍ରା କହିଛନ୍ତି, 'ପିଏମ ମୋଦୀ, ଚୀନ ରାଷ୍ଟ୍ରପତିଙ୍କ ସହ ଏଲଏସି ପ୍ରସଙ୍ଗ ଉଠାଇଥିଲେ । ଦୁଇ ନେତାଙ୍କ ମଧ୍ୟରେ ଏହା ଉପରେ ସହମତି ହୋଇଛି । ଏହା କୌଣସି ଆନୁଷ୍ଠାନିକ ଦ୍ୱିପାକ୍ଷିକ ଆଲୋଚନା ନଥିଲା, ସାଇଡଲାଇନ୍ସରେ ବ୍ରିକ୍ସ ନେତାଙ୍କ ସହ ଆଲୋଚନା ବେଳେ ପିଏମ୍ ମୋଦୀ ଏଲଏସି ପ୍ରସଙ୍ଗ ଉଠାଇଥିଲେ' ।

ବିଦେଶ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି, 'ଏହା ରାଷ୍ଟ୍ରପତି ସି ଜିନପିଙ୍ଗ ସହ କଥାବର୍ତ୍ତା ଥିଲା ଏବଂ ଯେପରି ମୁଁ କହିଲି, ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଅନ୍ୟ ବ୍ରିକ୍ସ ନେତାଙ୍କ ସହ କଥା ହୋଇଛନ୍ତି । ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଏହି କଥାବର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଚୀନ ସୀମା କ୍ଷେତ୍ରର ପଶ୍ଚିମ କ୍ଷେତ୍ରରେ ଏଲଏସିରେ ବିବାଦୀୟ ପ୍ରସଙ୍ଗ ଉପରେ ଭାରତର ଚିନ୍ତା ଉଠାଇଥିଲେ '। ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଲଦାଖର ଗଲୱାନ ଘାଟିରେ ୨୦୨୦ ମଇରେ ଭାରତ-ଚୀନ ମଧ୍ୟ ସଂଘର୍ଷ ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଛି ।

Also read: ସୀମାରେ ଚୀନକୁ ମିଳିବ କଡ଼ା ଜବାବ, ଅରୁଣାଚଳରେ ମୁତୟନ ହେବେ ITBPର ୪ ନୂଆ ବାଟାଲିୟାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.