ନରେନ୍ଦ୍ର ମୋଦୀ ଦୁନିଆର ସର୍ବଶ୍ରେଷ୍ଠ ନେତା, ଆମେରିକାରେ ଏପରି ଜଣେ ନେତା ଥାନ୍ତେ କି : USISPF ଅଧ୍ୟକ୍ଷ ଜନ୍ ଚାମ୍ୱର୍ସ

Published By : Prameya-News7 Bureau | February 29, 2024 IST

ନୂଆଦିଲ୍ଲୀ: ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରଶିପ୍ ଫୋରମ ଅଧ୍ୟକ୍ଷ ଜନ୍ ଚାମ୍ୱର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁନିଆର ସବୁଠୁ ଭଲ ନେତା ବୋଲି କହିଛନ୍ତି । USISPFର ଅଧ୍ୟକ୍ଷ ଜନ୍ ଚାମ୍ୱର୍ସ କହିଛନ୍ତି ଯେ ଭାରତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଫ୍ରୁଭାଲ ରେଟିଂ ୭୬ ପ୍ରତିଶତ ରହିଛି । ଅର୍ଥାତ୍ ଏତେ ସଂଖ୍ୟାରେ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି । ଜନ୍ ଚାମ୍ୱର୍ସ କହିଛନ୍ତି, 'ଆମେରିକାରେ ବି ମୋଦୀଙ୍କ ପରି କୌଣସି ନେତା ଥାନ୍ତେ କି ?'

ଏନଡିଟିଭିକୁ ପ୍ରତିକ୍ରିୟା ଦେଇ ଜନ୍ କହିଛନ୍ତି, 'ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣେ ବଡ଼ ପ୍ରଶଂସକ । ମୁଁ ଅନୁଭବ କରୁଛି ଯେ ସେ ଦୁନିଆର ସର୍ବଶ୍ରେଷ୍ଠ ନେତା । ମୋର ଇଚ୍ଛା ଯେ ଆମ ପାଖରେ ଆମେରିକାକୁ ବି ଏପରି ଜଣେ ନେତା ମିଳନ୍ତୁ । ଆମ ପାଖରେ ଏପରି କୌଣସି ନେତା ନାହାନ୍ତି, ଯାହାଙ୍କୁ ୫୦ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଥିବ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୫ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଛି ।'

ଜନ୍ କହିଛନ୍ତି, 'ଯଦି ଆପଣ ନେତାଙ୍କ ବିଷୟରେ ଚିନ୍ତା କରନ୍ତି, ତେବେ ଏହା ତାଙ୍କ ଟ୍ରାକ୍ ରେକର୍ଡ ବିଷୟରେ ଅଟେ । ଏହା ସେମାନଙ୍କ ସମ୍ପର୍କ ଏବଂ ବିଶ୍ୱାସ ବିଷୟରେ ଅଟେ । ସେ ଆମର ସମସ୍ତ ରାଜନୀତିକ ନେତାଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି । ଲୋକମାନେ ତାଙ୍କ ଉପରେ ବିଶ୍ୱାସ କରୁଛନ୍ତି ।'

ପଢନ୍ତୁ: ‘ବୈଜ୍ଞାନିକଙ୍କ ଅପମାନ…’ ଡିଏମକେ ସରକାରର ବିଜ୍ଞାପନରେ ଚୀନ ରକେଟ୍‌କୁ ଦେଖି ବର୍ଷିଲେ ପ୍ରଧାନମନ୍ତ୍ରୀ

ଜନ୍ ଚାମ୍ୱର୍ସ ଏହି ସମୟରେ ଦ୍ରୁତ ଗତିରେ ବଢୁଥିବା ଭାରତର ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, 'ଭାରତ ବିଶ୍ୱର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହେବା ନିଶ୍ଚିତ । ଭାରତୀୟ କମ୍ପାନିଗୁଡିକୁ ଆଗକୁ ବଢିବାର ସାହସ ରଖିବାକୁ ହେବ । ଚୀନ ତୁଳନାରେ ଭାରତର ଲିଡିଂ MFG ହେବା ସ୍ଥିତିରେ ଅଛି ।'

ସେ କହିଛନ୍ତି ଯେ ଦୁନିଆରେ ଭାରତ ସମ୍ଭାବନାକୁ ନେଇ ଉତ୍ସାହ ଅଛି । ଏକ ଦଶନ୍ଧିରୁ ଅଧିକ ସମୟରେ ଭାରତର ଅର୍ଥବ୍ୟବସ୍ଥା ଚୀନଠାରୁ ୯୦ ପ୍ରତିଶତ ବଡ଼ ହୋଇଯିବ । ଭାରତର ଶୀର୍ଷରେ ପହଞ୍ଚିବା କାରଣ ଏହାର ରିସ୍କ ନେବାର ଇଚ୍ଛା । ସେ କହିଛନ୍ତି, 'କିଛି ବର୍ଷ ପୂର୍ବେ ଏପରି ସ୍ଥିତି ନଥିଲା, ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲଗାତାର ଉଦ୍ୟମ କାରଣରୁ ହୋଇଛି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.