କଲମରେ ଧନୀ ହରିବଂଶ : ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 09, 2018 IST

ହରିବଂଶ ନାରାୟଣ ସିଂଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲମରେ ଧନୀ ବୋଲି ବର୍ଣ୍ଣନା କରିଛନ୍ତି | ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୁଭେଚ୍ଛା ଅଭିଭାଷଣ ରଖିଥିଲେ | ଏହି ଅଭିଭାଷଣରେ ସେ କହିଥିଲେ ଯେ, ହରିବଂଶ ନାରାୟଣ ସିଂ ଜଣେ ଧୂରିଣ ସାମ୍ବାଦିକ, ଲେଖକ ଏବଂ ଜଣେ ସମାଜସେବୀ | ତେବେ ଜଣେ ସାମ୍ବାଦିକ ଭାବେ ଏବଂ ଜଣେ ଆଦର୍ଶ ଓ ନୈତିକତା ସମ୍ମପନ୍ନ ବ୍ୟକ୍ତି ଭାବେ ସେ ବେଶ ଆଦୃତ ବୋଲି କହିଥିଲେ | ୧୯୯୦ ନଭେମ୍ବର ମାସରୁ ୧୯୯୧ ଜୁନ ମାସ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିବା ଚନ୍ଦ୍ର ଶେଖରଙ୍କ ସେ ଅତିରିକ୍ତ ଗଣମାଧ୍ୟମ ପରାମର୍ଶଦାତା ଥିଲେ | ଚନ୍ଦ୍ର ଶେଖରଙ୍କ ଇସ୍ତଫା ଦେବା ଖବର ହରିବଂଶଙ୍କ ପାଖରେ ପୂର୍ବରୁ ଥିଲା ତଥାପି ସେ ସମ୍ପାଦନା କରୁଥିବା ପ୍ରଭାତ ଖବର ଦୈନିକ ଖବର କାଗଜରେ ତାହା ପ୍ରକାଶ କରିନଥିଲେ | ଏହା ତାଙ୍କ ନୈତିକତାର ନିଦର୍ଶନ ବୋଲି ମୋଦି କହିଥିଲେ | ନିଜ ଅଭିଭାଷଣରେ ହରିବଂଶଙ୍କ ସାମଗ୍ରିକ କ୍ୟାରିଅର ଉପରେ ମଧ୍ୟ ମୋଦି ଆଲୋକପାତ କରିଥିଲେ | ସେହିଭଳି ହରିବଂଶଙ୍କ ବିଜୟ ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସଭାରେ ନିଜ ଭାଷଣ ରଖିଥିଲେ | ଜଣେ ସାମ୍ବାଦିକ ରାଜ୍ୟ ସଭାର ଉପାଧ୍ୟକ୍ଷ ପଦ ମଣ୍ଡନ କରିଥିବାରୁ ଆଗାମୀ ଦିନରେ ରାଜ୍ୟ ସଭା ଗଣମାଧ୍ୟମରେ ବେଶ ଆଦୃତ ହେବ ଅବୋଲି ଆଶା ପ୍ରକାଶ କରିଥିଲେ | ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳ ଏନ୍ଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକମନକୁ ଧନ୍ୟବାଦ ଜଣାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.