ରୁଦ୍ରାକ୍ଷ କନଭେନସନ୍ ସେଣ୍ଟରରେ ଜାପାନୀ ବେଶଭୂଷାରେ ମୋଦିଙ୍କୁ କରାଯିବ ସ୍ୱାଗତ

Published By : Prameya-News7 Bureau | July 14, 2021 IST

ବାରାଣାସୀ ୧୪/୦୭ : ବାରାଣାସୀରେ ଜୁଲାଇ ୧୫ ତାରିଖ, ଗୁରୁବାର ଦିନ ରୁଦ୍ରାକ୍ଷ କନଭେନସନ୍ ସେଣ୍ଟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନୀ ପ୍ରତିନିଧିମଣ୍ଡଳଙ୍କୁ ଜାପାନୀ ବେଶଭୂଷା ଓ ସେଠାକାର ସଂସ୍କୃତି ଅନୁସାରେ ସ୍ୱାଗତ କରାଯିବ। ଭାରତ-ଜାପାନର ବନ୍ଧୁତାର ପ୍ରତୀକ ରୁଦ୍ରାକ୍ଷରେ ମୋଦି ପାଖାପାଖି ଘଣ୍ଟେ ରହିବେ। ଏଠାରେ ଜାପାନୀ ବ୍ୟଞ୍ଜନ ମଧ୍ୟ ପରଷାଯିବ। ଜାପାନୀ ବ୍ୟଞ୍ଜନ ସହ ଅତିଥି ବନାରସୀ ବ୍ୟଞ୍ଜନର ମଜା ମଧ୍ୟ ନେବେ।

ନଗର ଆୟୁକ୍ତ ଗୌରାଙ୍ଗ ରାଠି କହିଛନ୍ତି ଯେ ଜାପାନ ସଂସ୍କୃତି ଅନୁସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ମଲ୍ଟିପରପଜ ହଲରେ ମୋଦି ସହରର ପ୍ରାୟ ୫୦୦ ଜନତାଙ୍କୁ ସମ୍ବୋଧିତ କରିବେ। ଏଥିରେ ପଦ୍ମଶ୍ରୀ ଡ.ରଜନୀକାନ୍ତ, ବ୍ୟବସାୟୀ ରାଜେଶ ଭାଟିଆ, ନିରଜ ପାରେଖ, ଦେବ ଭଟ୍ଟାଚାର୍ଯ୍ୟ, ଅନୁପମା ଦେବା, ରାଜେଶ କୁମାର ସିଂହ, ରାହୁଲ ମେହତା, ଅନିଲ କୁମାର ସିଂହ, ଶ୍ରୀନାରାୟଣ ଖେମକା, ପ୍ରେମ ମିଶ୍ର ଆଦି ସାମିଲ ଅଛନ୍ତି। ମୋଦି ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ଆସୋସିଏସନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଆରକେ ଚୌଧୁରୀଙ୍କୁ ସମ୍ମାନିତ କରିବେ। କରୋନାର ଦ୍ୱିତୀୟ ଲହର ସମୟରେ ଆରକେ ଚୌଧୁରୀଙ୍କ ତରଫରୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ଲଗାଇବାଥିବା ଯୋଗୁଁ ତାଙ୍କୁ ସମ୍ମାନିତ କରାଯିବ।

ରୁଦ୍ରାକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଠର ଶିଳ୍ପରେ ପ୍ରସ୍ତୁତ ରୁଦ୍ରାକ୍ଷର ମଡେଲ ଉପହାର ଦିଆଯିବ। ଏହାକୁ ନ୍ୟାସନାଲ ପୁରସ୍କାର ପ୍ରାପ୍ତ ରାମେଶ୍ୱର ସିଂହ ଏବଂ ରାଜ୍ୟ ପୁରସ୍କାର ପ୍ରାପ୍ତ ରାଜକୁମାର ପ୍ରସ୍ତୁତ କରିଛନ୍ତି। ଲଲ୍ଲାପୁରା ବାସିନ୍ଦା ମାଷ୍ଟର ଶିଳ୍ପୀ ମୁମତାଜ ଅଲି ଜରଦୋଜି ଓ ରୁଦ୍ରାକ୍ଷ ଦାନରେ ଅଙ୍ଗବସ୍ତ୍ରମ ତିଆରି କରାଯାଇଛି। ଏହା ମୋଦିଙ୍କୁ ପିନ୍ଧାଯିବ। ଏଥିରେ ଜରିରେ ରୁଦ୍ରାକ୍ଷ ଲେଖାଯାଇଛି। ଏହାକୁ ତିଆରି କରିବାକୁ ୮ ଦିନ ସମୟ ଲାଗିଥିଲା। ଜିଆଇ ବିଶେଷଜ୍ଞ ଡକ୍ଟର ରଜନୀକାନ୍ତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ରୁଦ୍ରାକ୍ଷ ମଡେଲ ଏବଂ ଅଙ୍ଗବସ୍ତ୍ରମ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.