ଶାହଙ୍କ ପରେ ମୋଦୀ, କିଛି ବଡ ହେବ କି ଘାଟିରେ, ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶ୍ମୀର ଗସ୍ତ

Published By : Prameya-News7 Bureau | April 05, 2022 IST

ନୂଆଦିଲ୍ଲୀ ୦୫।୦୪: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୨୪ରେ ଏହି ଉପତ୍ୟକା ଗସ୍ତ କରିବେ। ବିଜେପି ରାଷ୍ଟ୍ରୀୟ ସଂଗଠନ ସଂପାଦକ ଅଶୋକ କୌଲ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ଏହି ଗସ୍ତରେ କାଶ୍ମୀର ପଣ୍ଡିତଙ୍କ ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ ହୋଇପାରେ। ବିଜେପି ଜାତୀୟ ସାଧାରଣ ସଂପାଦକ ତରୁଣ ଚୁଗ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀରକୁ ଆତଙ୍କର ରାଜଧାନୀରୁ ପର୍ଯ୍ୟଟନର ରାଜଧାନୀରେ ପରିଣତ କରିଛନ୍ତି।

ଚୁଗ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାରଣରୁ ଘାଟିରେ ଘଟୁଥିବା ଆତଙ୍କୀ ଘଟଣାରେ ହ୍ରାସ ଘଟିଛି।  ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ଯେ, ଯିଏ ବି ସାଧାରଣ ଲୋକଙ୍କ ବିରୋଧରେ ହତିଆର ଉଠାଇବ ସେ ନିଜ ଗାଡ ନିଜେ ଖୋଳିବ। ବିଜେପି ଘାଟିରୁ ଆତଙ୍କବାଦ ନିପାତ କରିବା ଏବଂ ସେଠାରେ ସମାନ ବିକାଶର ଅବସର ସୃଷ୍ଟି କରିବା ନେଇ ପ୍ରତିବଦ୍ଧ। କାଶ୍ମୀରରେ ଶାନ୍ତି ସ୍ଥାପନ କରିବା ଆମର ସ୍ଵପ୍ନ ଏବଂ ଆମେ ଏହି ଦିଗରେ ନିରନ୍ତର ଉଦ୍ୟମ କରୁଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.