scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତର ଜି-୨୦ ଅଧ୍ୟକ୍ଷତା ଲୋଗ, ଥିମ୍ ଏବଂ ୱେବସାଇଟ୍ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

7/11/2022 at 10:37 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭାରତର ଜି-୨୦ ଅଧ୍ୟକ୍ଷତାର ଲୋଗୋ, ଥିମ ଏବଂ ୱେବସାଇଟ୍ ଉନ୍ମୋଚନ କରିବେ । ବିଦେଶ ମନ୍ତ୍ରାଳୟ ସୋମବାର ଏହି ସୂଚନା ଦେଇ କହିଛି, ଜି-୨୦ର ଅଧ୍ୟକ୍ଷତା ଭାରତକୁ ଅନ୍ତରାଷ୍ଟ୍ରୀୟ ମହତ୍ୱର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଶ୍ୱ ଏଜେଣ୍ଡାରେ ଯୋଗଦାନ କରିବାକୁ ସୁଯୋଗ ପ୍ରଦାନ କରିବ । ମନ୍ତ୍ରାଳୟ କହିଛି ଦେଶର ଜି-୨୦ର ଅଧ୍ୟକ୍ଷତାର ଏହି ଲୋଗୋ, ଥିମ୍ ଏବଂ ୱେବସାଇଟ୍ ଭାରତର ସନ୍ଦେଶ ଏବଂ ଦୁନିଆ ପ୍ରତି ଏହାର ବ୍ୟାପକ ପ୍ରାଥମିକତାକୁ ପ୍ରତିବିମ୍ୱିତ କରିବ ।

ଡିସେମ୍ୱର ଏକରେ ଇଣ୍ଡୋନେସିଆ ଠାରୁ ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବ । ଜି-୨୦ ଦୁନିଆର ପ୍ରମୁଖ ବିକଶିତ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥାର ଏକ ପ୍ରମୁଖ ମଞ୍ଚ । ଜି-୨୦ ଗ୍ରୁପରେ ୟୁରୋପୀୟନ ୟୁନିୟନ ସହ ୧୯ ରାଷ୍ଟ୍ର ସାମିଲ ଅଛନ୍ତି । ଜି-୨୦ ସଦସ୍ୟ ରାଷ୍ଟ୍ର ବିଶ୍ୱ ଜିଡିପିର ୮୦ ପ୍ରତିଶତ ଯୋଗଦାନ କରନ୍ତି । ସେହିପରି ବାଣିଜ୍ୟରେ ୭୫ ପ୍ରତିଶତ ଏବଂ ବିଶ୍ୱ ଜନସଂଖ୍ୟାରେ ୬୦ ଯୋଗଦାନ ରହିଛି । ୧୯୯୯ ମସିହାରୁ ଭାରତ ଏହାର ସଦସ୍ୟ ରହିଛି।  

ବିଦେଶ ମନ୍ତ୍ରାଳୟ ଅନୁସାରେ, ନଭେମ୍ୱର ୮ ଅପରାହ୍ଣ ୪.୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ଜି-୨୦ ଅଧ୍ୟକ୍ଷତା ଲୋଗୋ, ଥିମ ଏବଂ ୱେବସାଇଟ୍ ଉନ୍ମୋଚନ କରିବେ।

   Related Posts