scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା : ଓଡିଶା ସମେତ ୬ ରାଜ୍ୟର ସିଏମ୍‌ଙ୍କ ସହ ମୋଦିଙ୍କ ବୈଠକ, କୋଭିଡ୍‌ ସ୍ଥିତି ନେଇ ହୋଇପାରେ ଗୁରୁତ୍ବପୂର୍ଣ୍ଣ ଘୋଷଣା

13/07/2021 at 3:31 PM

ନୂଆଦିଲ୍ଲୀ ୧୩/୦୭ : ଦେଶରେ କୋଭିଡ୍‌ ସ୍ଥିତି ନେଇ ଆସନ୍ତା ଜୁଲାଇ ୧୬ ତାରିଖରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦି । ୬ ରାଜ୍ୟ ଓଡିଶା, ମହାରାଷ୍ଟ୍ର,, ଆନ୍ଧ୍ର ପ୍ରଦେଶ ତାମିଲନାଡୁ, କେରଳ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଆସନ୍ତା ୧୬ ତାରିଖ ଦିନ ୧୧ଟା ବେଳେ ଭର୍ଚୁଆଲ ମାଧ୍ୟମ​‌ରେ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କଥା ହେବେ ମୋଦି ।

ଦେଶରେ କରୋନାର ଦ୍ବିତୀୟ ଲହର କମୁଥିବା ବେଳେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିଭିନ୍ନ ରାଜ୍ୟ । ସ୍ଥିତି ସୁଧୁରୁଥିବାରୁ କଟକଣା କୋହଳ କରାଯିବା ସହିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । କିନ୍ତୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରମାନେ କିଭଳି ପଦକ୍ଷେପ ନେବେ ସେ ନେଇ ଭର୍ଚୁଆଲ ବୈଠକରେ ଆଲୋଚନା ହୋଇପାରେ ।

   Related Posts