ଚାକିରି ଆଶାୟୀଙ୍କୁ ବଡ଼ ଭେଟି; ୭୧ ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ, ନବନିଯୁକ୍ତଙ୍କୁ ଦେବେ ଗୁରୁମନ୍ତ୍ର

Published By : Prameya-News7 Bureau | November 22, 2022 IST

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କୁ ବଡ଼ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ନିଯୁକ୍ତି ମେଳା ମାଧ୍ୟମରେ ୭୧ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ନବନିଯୁକ୍ତଙ୍କୁ ଗୁରୁମନ୍ତ୍ର ଦେବେ ପିଏମ ।

ରୋଜଗାର ମେଳା ମାଧ୍ୟମରେ ଅନେକ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଦେଶର ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି । ଗତ ଅକ୍ଟୋବରରେ ରୋଜଗାର ମେଳା ଅଧୀନରେ ୭୫ ହଜାରରୁ ଊଦ୍ଧ୍ୱର୍ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା । ଗୁଜରାଟ ଏବଂ ହିମାଚଳ ପ୍ରଦେଶକୁ ଛାଡ଼ି ଦେଶର ପ୍ରାୟ ୪୫ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ବିବୃତିରେ କୁହାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍‌ର ଶୁଭାରମ୍ଭ  କରିବେ । ଏହି ମଡ୍ୟୁଲାର ବିଭିନ୍ନ ସରକାରୀ ବିଭାଗରେ ନୂଆ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ଅନ୍‌ଲାଇନ କୋର୍ସ । ଏଥିରେ ସରକାରୀ କର୍ମଚାରୀଙ୍କୁ ଆଚରଣ ସଂହିତା, କର୍ମକ୍ଷେତ୍ରରେ ନୈତିକତା, ମାନବସମ୍ବଳ ନୀତି ଆଦି ସାମିଲ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.