କେଜ୍ରିୱାଲଙ୍କୁ ଶାହଙ୍କ କଡା ଜବାବ, ମୋଦି ହିଁ ରହିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 11, 2024 IST

ଦିଲ୍ଲୀ ୧୧/୫: ମୋଦି ହିଁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବେ । ତାଙ୍କ ନେତୃତ୍ବରେ ସରକାର ଗଢାହେବ । ଏଥିରେ କୌଣସି କନଫ୍ୟୁଜନ ନାହିଁ । କେଜ୍ରିୱାଲଙ୍କ ମୋଦି ଅବସର ନେବା ମନ୍ତବ୍ୟର କଡା ଜବାବ ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । କେଜ୍ରିୱାଲ କହିଥିଲେ ସେପ୍ଟେମ୍ବର ୨୭ରେ ମୋଦିଙ୍କୁ ୭୫ ବର୍ଷ ହେବ । ୨୦୧୪ରେ ମୋଦି ନିୟମ କରିଥିଲେ କି ଦଳରେ କେହି ୭୫ ବର୍ଷ ହୋଇଗଲେ ଅବସର ନେଇଯିବେ । ଏହି ଆଧାରରେ ଲାଲକୃଷ୍ଣ ଆଡଭାନୀ,ମୁରଲୀ ମନୋହର ଯୋଶୀ,ସୁମିତ୍ରା ମହାଜନ ଓ ଯଶୋବନ୍ତ ସିହ୍ନା ଅବସର ନେଇଯାଇଥିଲେ । 

ଏବେ ବିଜେପିର ପ୍ରଧାନମନ୍ତ୍ରୀ ଦାବିଦାର କିଏ ବୋଲି ପ୍ରଶ୍ନ କରିଥିଲେ କେଜ୍ରିୱାଲ । ଅମିତ ଶାହା ଆଗାମୀ ପ୍ରଧାନମନ୍ତ୍ରୀ ହେବା ସହ ସରକାର ଗଠନର ୨ ମାସର ପରେ ଯୋଗୀଙ୍କୁ ହଟାଇବେ । ପ୍ରଧାନମନ୍ତ୍ରୀ ମୋଦି ଏବେ ଶାହଙ୍କ ପାଇଁ ଭୋଟ ମାଗୁଥିବା କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲଙ୍କ ଏପରି ବିବାଦୀୟ ମନ୍ତବ୍ୟ ପରେ ପ୍ରେମସିଟ କରି କେଜ୍ରିୱାଲଙ୍କୁ କଡା ଜବାବ ଦେଇଛନ୍ତି ଅମିତ ଶାହ । 

ଦୀର୍ଘ ୫୧ ଦିନ ପରେ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ପାଇ ତିହାର ଜେଲ୍‌ରୁ ମୁକୁଳିଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜୁନ ୧ ତାରିଖ ଯାଏ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । 

ଜୁନ ୨ରେ କେଜ୍ରିୱାଲଙ୍କୁ ପୁଣି ସରେଣ୍ଡର କରିବାକୁ ନିର୍ଦେଶ ଦେଇଛନ୍ତି । ତେବେ ସେ କୌଣସି ସରକାରୀ କାର୍ଯ୍ୟ କରିପାରିବେ ନାହିଁ । ମେ ୨୫ରେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀରେ ଭୋଟ୍‌ ପଡିବ । ତା ପୂର୍ବରୁ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଆପ୍‌ ପାଇଁ ବହୁତ ବଡ ଆଶ୍ବସ୍ତିର କଥା । ମାର୍ଚ୍ଚ ୨୧ରେ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.