ରାଲିକୁ ଭାରତ ମାତା ହୋଇ ପହଞ୍ଚିଥିଲା କୁନି ଝିଅ, କ'ଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ; ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 26, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତେଲଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାରରେ ନିର୍ମଳ ଜିଲ୍ଲାର ରାଲିକୁ ସମ୍ୱୋଧିତ କରିବା ପାଇଁ ପହଞ୍ଚିଥିଲେ । ରାଲିକୁ ଜଣେ କୁନି ଝିଅ ଭାରତ ମାତା ହୋଇ ଆସିଥିଲା, ଯାହାଙ୍କୁ ପ୍ରଧାନମନ୍ତ୍ରୀ ଖୁବ ପ୍ରଶଂସା କରିଛନ୍ତି । ରାଲିକୁ ସମ୍ୱୋଧିତ କରିବା ବେଳେ ପିଏମ୍ ମୋଦୀଙ୍କ ନଜର ଝିଅ ଉପରେ ପଡ଼ିବା ପରେ ସେ ତୁରନ୍ତ ନମସ୍କାର କରିଥିଲେ । ଝିଅଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର ଜଣାଇଥିଲା ।

ସାମନାକୁ ଆସିଥିବା ଭିଡିଓରେ ଛୋଟ ଝିଅଟି ଭାରତ ମାତା ପୋଷାକରେ ନଜର ଆସୁଛି । ଝିଅକୁ ଦେଖି ପ୍ରଧାନମନ୍ତ୍ରୀ କହୁଛନ୍ତି, ‘ଦେଖୁଛି ଝିଅଟି ତ୍ରିରଙ୍ଗା ପତାକା ଧରି ଉଡାଉଛି । ଦେଖନ୍ତୁ ସେ ଭାରତ ମାତା ହୋଇ ଆସିଛି । ବାଃ ବାଃ । ପ୍ରତିଟି ଯୁବବର୍ଗକୁ ପ୍ରେରଣା ଦେଉଛି ଝିଅ । ସାବାସ୍ ଝିଅ । ନମସ୍କାର’।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛତିଶଗଡ଼ ରାଲିକୁ ଛୋଟ ଝିଅ ଆସିଥିଲା । ନିଜ ହାତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋଚିତ୍ରକୁ ସେ ଦୀର୍ଘ ସମୟ ଯାଏ ଧରି ରହିଥିଲା । ପ୍ରଧାନମନ୍ତ୍ରୀଙ୍କ ନଜର ପଡ଼ିବା ପରେ ସେଠାରେ ଥିବା ସୁରକ୍ଷାକର୍ମୀଙ୍କୁ ଦ୍ୱାରା ସେହି ଫଟୋଚିତ୍ରକୁ ମଗାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଝିଅକୁ ଚିଠି ଲେଖିବେ ବୋଲି ସେଠାରୁ ପ୍ରତିଶ୍ରୁତି ଦେଇଥିଲେ । ଏହାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ସେହି ଝିଅକୁ ଚିଠି ଲେଖି ଫଟୋ ତାଙ୍କ ପାଖରେ ପହଞ୍ଚିଥିବା କହିଥିଲେ ।

Also Read: ପ୍ରତିଶ୍ରୁତି ପୂରଣ କଲେ ପ୍ରଧାନମନ୍ତ୍ରୀ: ଫଟୋ ଆଙ୍କିଥିବା ଝିଅକୁ ଲେଖିଲେ ଚିଠି, ନିର୍ବାଚନୀ ରାଲିରେ କରିଥିଲେ ପ୍ରଶଂସା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.