ନୀତି ଆୟୋଗ ବୈଠକରେ ଭାରତକୁ ଆତ୍ମନିର୍ଭର କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, କୃଷି କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ହେବାକୁ ଆହ୍ୱାନ

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ରବିବାର ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ହୋଇଛି । ରାଷ୍ଟ୍ରପତି ଭବନରେ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଦେଶର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ବୈଠକରେ ଶିକ୍ଷା ନୀତି, ଜି ୨୦, ସ୍କୁଲ ଶିକ୍ଷା ଏବଂ ଉଚ୍ଚ ଶିକ୍ଷାର କ୍ରିୟାନ୍ୱୟନ ସହ ଦେଶକୁ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ବୈଠକରୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସହରୀକରଣ ଜୀବନର ସହଜତା, ଉନ୍ନତମାନର ଜୀବନକୁ ସୁନିଶ୍ଚିତ କରିବା ପାଇଁ ଟେକ୍ନୋଲୋଜିକୁ ବ୍ୟବହାର କରି ଦୁର୍ବଳତା ପରିବର୍ତ୍ତେ ଭାରତର ଶକ୍ତି ହୋଇପାରିବ। ଏହାସହ ସେ କହିଛନ୍ତି, ଖାଇବା ତେଲ ଉତ୍ପାଦନରେ ଭାରତ ଆତ୍ମନିର୍ଭର ହେବା ଦରକାର।  

ପ୍ରଧାନମନ୍ତ୍ରୀ ମୋଦୀ ଏହାସହ ଜି ୨୦ର ଅଧ୍ୟକ୍ଷତା ଉପରେ ମଧ୍ୟ ମତ ରଖିଛନ୍ତି । ଜି ୨୦ରେ ବିକଶିତ ଏବଂ ବିକାଶଶୀଳ ଦେଶ ସାମିଲ ଅଛନ୍ତି । ଏହି ସମୟରେ ପ୍ରତ୍ୟେକ ରାଜ୍ୟ ଜି ୨୦ ପାଇଁ ସମର୍ପିତ ଟିମ ଗଠନ କରି ଏଥିରୁ ସର୍ବାଧିକ ଲାଭ ପାଇବା ପାଇଁ ଲକ୍ଷ୍ୟ ରଖିବା ଦରକାର ବୋଲି ସେ କହିଛନ୍ତି। ଏହାସହ କୃଷି କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ହେବା ଦିଗରେ ବିଭିନ୍ନ ପଦକ୍ଷେପ ନେବାକୁ ଜୋର ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.