ଦିଲ୍ଲୀ ‘ହୁନର ହାଟ୍’ରେ ପ୍ରଧାନମନ୍ତ୍ରୀ ଖାଇଲେ ବିହାରର ଲିଟ୍ଟି-ଚୋଖା, ପୋଷ୍ଟ କଲେ Tweet
19/02/2020 at 7:38 PM

ନୂଆଦିଲ୍ଲୀ ୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟାହ୍ନ ରାଜଧାନୀ ଦିଲ୍ଲୀର ଇଣ୍ଡିଆଗେଟ୍ ନିକଟରେ ଅନୁଷ୍ଠିତ ହେଉଥିବା ‘ହୁନର ହାଟ’ରେ କଟାଇଛନ୍ତି। ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାରଙ୍କ ହସ୍ତଶିଳ୍ପ କଳା ବୁଲି ଦେଖିବା ସହ ହାଟରେ ଥିବା ବିହାର ଷ୍ଟଲରେ ମଧ୍ୟାହ୍ନ ଭୋଜନ ବି କରିଛନ୍ତି। ଏଥିରେ ମୋଦି ବିହାରର ଲୋକପ୍ରିୟ ଖାଦ୍ୟ ଲିଟ୍ଟି-ଚୋଖା ଖାଇବା ସହ ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନ ସମ୍ପର୍କରେ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ମଧ୍ୟ ସେୟାର କରିଛନ୍ତି।
Trying my hand at some music in #HunarHaat… pic.twitter.com/LQDV2DWcyO
— Narendra Modi (@narendramodi) February 19, 2020
ଏଥିରେ ମୋଦି ମଧ୍ୟାହ୍ନ ଭୋଜନ ଲାଗି ଚା ସହ ସ୍ୱାଦିଷ୍ଟ ଲିଟ୍ଟି-ଚୋଖାବି ଖାଇବାକୁ ମିଳିଲା ବୋଲି ଉଲ୍ଲେଖ କରିଛନ୍ତି। ଏହା ସହ ହୁନର ହାଟରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ ଷ୍ଟଲ ସମ୍ପର୍କରେ ବି ଉଲ୍ଲେଖ କରିଛନ୍ତି। ଯେଉଁଥିରେ ହସ୍ତଶିଳ୍ପଠୁ ଆରମ୍ଭ କରି ଟେକ୍ସଟାଇଲ ଓ ଅନେକ ସାମଗ୍ରୀ ପ୍ରଦର୍ଶିତ ହେଉଥିବା ଉଲ୍ଲେଖ କରିବା ସହ ଏଠାକାର ଷ୍ଟଲରେ ମିଳୁଥିବା ମଜାଦାର ଖାଦ୍ୟର ବି ବର୍ଣ୍ଣନା କରିଛନ୍ତି। ଯାହାର ଲିଟ୍ଟି-ଚୋଖା ଏକ ଉଦାହରଣ।
Glimpses of our culture and diversity in one map…have a look at this. #HunarHaat pic.twitter.com/dFWyO0KC3K
— Narendra Modi (@narendramodi) February 19, 2020
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ପ୍ରଦର୍ଶନୀର ପ୍ରଧାନମନ୍ତ୍ରୀ ପ୍ରତିଟି ଷ୍ଟଲ ବୁଲି ଦେଖିବା ସହ କଳାକାରଙ୍କ ସହ କଥାବାର୍ତ୍ତା ବି କରିଛନ୍ତି। ଫେବୃଆରୀ ୧୩ ତାରିଖ ଦିନ ଉଦଘାଟିତ ଏହି ପ୍ରଦର୍ଶନୀ ଏଠାରେ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଏହାର ଥିମ ରହିଛି ‘କୌଶଳକୁ କାମ’। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକବି ମଧ୍ୟ ସାମିଲ ଥିଲେ।