ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ ; ଯୁବବର୍ଗଙ୍କୁ ଭୋଟ୍ ଦେବା ପାଇଁ ଆହ୍ବାନ ଦେଲେ ମୋଦି
27/01/2019 at 3:18 PM

ନୂଆଦିଲ୍ଲୀ ୨୭|୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବର୍ଷର ପ୍ରଥମ ମନ୍ କି ବାତ୍ ରେ ନିର୍ବାଚନ କମିଶନରଙ୍କର ବେଶ ପ୍ରଶଂସା କରିଛନ୍ତି। ନିର୍ବାଚନ କମିଶନରଙ୍କ ପାଇଁ ଦେଶବାସୀ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ଗଣତନ୍ତ୍ରକୁ ମଜବୁତ କରିବାରେ ନିର୍ବାଚନ କମିଶନରଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ମୋଦି କହିଛନ୍ତି। ନିର୍ବାଚନ କମିଶନ ଯେଉଁ ପରିଶ୍ରମ କରି ସବୁ ନିର୍ବାଚନ ପରିଚାଳନା କରୁଛନ୍ତି ତାହା ବେଶ ପ୍ରଶଂସନୀୟ। ଚଳିତବର୍ଷ ନିର୍ବାଚନରେ ଏକବିଂଶ ଶତାଦ୍ଦୀରେ ଜନ୍ମିତ ଯୁବକ ମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବେ। ସେମାନେ ମତଦାତା ଭାବେ ନିଜର ରେଜିଷ୍ଟ୍ରି କରାଇବାକୁ ଆହ୍ବାନ ଦେଇଛନ୍ତି ମୋଦି। ଯୁବପୀଢ଼ି ନେତାଜୀ ଓ ଟାଗୋରଙ୍କ ଅବଦାନକୁ ମନେ ପକାଇବା ଆବଶ୍ୟକ ବୋଲି ମୋଦି କହିଛନ୍ତି।
Related Posts
ତୁର୍କୀ ପରେ ନ୍ୟୁୟର୍କରେ ବି ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮
6 February 2023