Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ୍ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

2/07/2022 at 12:02 PM

ନୂଆଦିଲ୍ଲୀ ୦୨/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ପୋଷ୍ଟ ପଡିଲା ମହଙ୍ଗା । ଜଣଙ୍କୁ ବାନ୍ଧିଲା ପୋଲିସ । ଏପରି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାର ସହସଓ୍ୱାନ୍ ଅଞ୍ଚଳରେ ।

ସହସଓ୍ୱାନ ଥାନା ଆଇଆଇସି ସଞ୍ଜୀବ କୁମାର ଶୁକ୍ଳାଙ୍କ କହିବାନୁସାରେ, ଜଣେ ଯୁବକ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନତ ପୋଷ୍ଟ କରିଥିଲେ । ଯାହା ପରେ ତାଙ୍କ ନାଁରେ ଏତଲା ହୋଇଥିଲା । ତାଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ରେହାନ୍ । 

ଯୁବକଜଣଙ୍କ କେବଳ ଅପମାନଜନକ ଟିପ୍ପଣୀ ଦେଇନଥିଲେ ବରଂ ଗୁଜବ ଓ ମିଛ ଖବର ପ୍ରସାରଣ କରିଥିଲେ । ତାଙ୍କ ବିରୋଧରେ ଆଇଟି ଆକ୍ଟର ଧାରା 67 ଲାଗିଛି । କୋର୍ଟ ଜାମିନ ନାମଞ୍ଜୁର କରିଥିବାରୁ  ରେହାନଙ୍କୁ ଜେଲ୍ ପଠାଇଦିଆଯାଇଛି ।

   Related Posts