scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ଟୁଇଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲେଖିଲେ…

19/10/2022 at 6:29 PM

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ଭାବେ ନିର୍ବାଚିତ ମଲ୍ଲିକାର୍ଜୁନ ଖଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆପଣଙ୍କ ଆଗାମୀ କାର୍ଯ୍ୟକାଳ ଫଳଦାୟୀ ହେଉ ବୋଲି ଟୁଇଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଖଡଗେଙ୍କ ରୂପେ କଂଗ୍ରେସକୁ ୨୪ ବର୍ଷ ପୂର୍ବେ ମିଳିଛି ଅଣ ଗାନ୍ଧୀ ପରିବାର। ଆଗାମୀ ନିର୍ବାଚନରେ ପାର୍ଟିକୁ ବିଜୟୀ କରାଇବାରେ ତାଙ୍କର ଗୁରୁ ଦାୟିତ୍ଵ ରହିବ।

ଖଡଗେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି ଯେ, “ଶ୍ରୀ ମଲ୍ଲିକାର୍ଜୁନ ଖଡଗେ ଜୀ ଅଧ୍ୟକ୍ଷ ରୂପେ ନୂତନ ଦାୟିତ୍ଵ ମିଳିଥିବାରୁ ଆପଣଙ୍କୁ ଶୁଭକାମନା। ଆପଣଙ୍କ ଆଗାମୀ କାର୍ଯ୍ୟକାଳ ଫଳଦାୟୀ ହେଉ।“

ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ବୁଧବାର ପାର୍ଟିର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ନିଜର ପ୍ରତିଦ୍ଵନ୍ଦ୍ଵୀ ଶଶି ଥରୁରଙ୍କୁ ସେ ୬୮୨୫ ଭୋଟ୍‌ରେ ହରାଇଛନ୍ତି। ଖଡଗେଙ୍କୁ ୭୮୯୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଥରୁରଙ୍କୁ ମିଳିଛି ମାତ୍ର ୧୦୭୨ ଖଣ୍ଡ ଭୋଟ୍। ନିର୍ବାଚନରେ ମୋଟ୍ ୯୩୮୫ ଖଣ୍ଡ ଭୋଟ୍ ପଡିଥିବା ବେଳେ ଏଥିରୁ ୪୧୬ ନାକଚ୍ ହୋଇଥିବା  କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର  ପ୍ରମୁଖ ମଧୁସୂଦନ ମିସ୍ତ୍ରୀ କହିଛନ୍ତି।

   Related Posts