୪ ବର୍ଷରେ ମୋଦି ବୁଲିଛନ୍ତି ୮୪ ଦେଶ

Published By : Prameya-News7 Bureau | July 20, 2018 IST

ଗତ ଚାରି ବର୍ଷ ମଧ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୮୪ଟି ବିଦେଶୀ ରାଷ୍ଟ୍ର ଗସ୍ତ କରିଛନ୍ତି | ଏଥିପାଇଁ ୨ହଜାର ୪୮୪ କୋଟି ତାଙ୍କ ଖର୍ଚ୍ଚ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.କେ.ସିଂ. ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି | ପ୍ରଧାନମନ୍ତ୍ରୀଙ୍କ ଚାର୍ଟର ବିମାନ ପରିଚାଳନା , ବିମାନ ଖର୍ଚ୍ , ଏବଂ ହଟଲାଇନ ବାବଦରେ ଏହି ଖର୍ଚ୍ଚ ହୋଇଥିଲା ଶ୍ରୀ ସିଂ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ୨୦୧୫ -୧୬ରେ ପ୍ରଧାନମନ୍ତ୍ରୀ ୨୪ଟି ବିଦେଶୀ ରାଷ୍ଟ୍ର ଭ୍ରମଣ କରିଥିବା ବେଳେ ୨୦୧୬-୧୭ରେ ୧୮ଟି , ୨୦୧୭-୧୮ରେ ୧୯ଟି ଏବଂ ୨୦୧୪-୧୫ରେ ୧୩ଟି ବିଦେଶୀ ରାଷ୍ଟ୍ର ଭ୍ରମଣ କରିଛନ୍ତି | ୨୦୧୮ର ବର୍ତ୍ତିମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ୧୦ଟି ରାଷ୍ଟ୍ର ଗସ୍ତ କରି ସାରିଛନ୍ତି | ଗତ ମାସରେ ତାଙ୍କ ଶେଷ ଗସ୍ତ ଥିଲା ଚୀନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.