ଚେୟାର ଉଠାଇଲେ, ଶ୍ରମିକଙ୍କ ସହ ତଳେ ବସିଲେ ପ୍ରଧାନମନ୍ତ୍ରୀ, ଭାଇରାଲ ହେଉଛି ଭିଡିଓ...

Published By : Prameya-News7 Bureau | December 17, 2021 IST

ନୂଆଦିଲ୍ଲୀ ୧୭/୧୨: ନିକଟରେ କାଶୀ-ବିଶ୍ୱନାଥ କରିଡରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ଏହାର ଉନ୍ମୋଚନ ପୂର୍ବରୁ ସୋସିଆଲ ମିଡିଆରେ ଘୁରିବୁଲୁଛି ଏକ ଭିଡିଓ । ଯାହାକି ବେଶ୍ ଚର୍ଚ୍ଚାରେ ଅଛି । ସୂଚନା ଥାଉକି, କାଶୀ-ବିଶ୍ୱନାଥ କରିଡରର ଉଦଘାଟନ କାର୍ଯ୍ୟକ୍ରମ ପୂର୍ବରୁ ପିଏମ ମୋଦି ଶ୍ରମିକମାନଙ୍କ ପାଖକୁ ଯାଇଥିଲେ ।

wp:html
/wp:html

ସେତିକି ନୁହେଁ ତାଙ୍କ ସହ ବସିବା ବେଳର ଏକ ଗ୍ରୁପ୍ ଫଟୋ ପାଇଁ ମଧ୍ୟ ପୋଜ୍ ଦେଇଥିଲେ । ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଏହି ଭିଡିଓ । ଯାହାକୁ ଆଇନ ମନ୍ତ୍ରୀ କିରେନ ରିଜିଜୁ ଇନଷ୍ଟାଗ୍ରାମରେ ଏହାକୁ ପୋଷ୍ଟ କରିଛନ୍ତି । ଭିଡିଓରେ ଦେଖାଯାଉଛି ଯେ ଶ୍ରମିକମାନେ ଗୋଟିଏ କାର୍ଯ୍ୟକ୍ରମ ପାଇଁ ହଲରେ ବସିଛନ୍ତି । ପରେ ମୋଦି ଆସି ସେହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ।

ସେଠାରେ ବସିଥିବା ଶ୍ରମିକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନେକ ପ୍ରଶଂସା କରିଥିଲେ । ତେବେ ତାଙ୍କ ପାଇଁ ଏକ ଚେୟାର ମଧ୍ୟ ରଖାଯାଇଛି । ହେଲେ ପିଏମ ମୋଦି ନିଜେ ସେହି ଚେୟାରଟିକୁ ବାହାର କରି ପାଖରେ ଛିଡା ହୋଇଥିବା ବ୍ୟକ୍ତିଙ୍କୁ ଦେଇଥିଲେ । ପରେ ତଳେ ବସି ଶ୍ରମିକଙ୍କ ସହ ଫଟୋ ଉଠାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.