ଦିଦିଙ୍କ ଗଡରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା..

Published By : Prameya-News7 Bureau | January 11, 2020 IST

କୋଲକାତା ୧୧।୧: ଭାରତର କଳା, ସଂସ୍କୃତି ଓ ଐତିହ୍ୟକୁ ଏକବିଂଶ ଶତାବ୍ଦୀ ଅନୁସାରେ ସଂରକ୍ଷଣ କରାଯିବ ସାରା ଭାରତରେ ଏହାର ରିଇନଭେଣ୍ଟ, ରିବ୍ରାଣ୍ଡ ଓ ରିହାଉସର କାମ  ଐତିହାସିକ ସହର କୋଲକାତାରୁ ଆରମ୍ଭ କରାଗଲା। ଶନିବାର କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି।

wp:html /wp:html

ଦୁଇ ଦିବସୀୟ କୋଲକାତା ଗସ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନ ଏଠାରେ ପ୍ରଧାନମନ୍ତ୍ରୀ ପ୍ରଦର୍ଶନୀ ଓ ଆର୍ଟ ଗ୍ୟାଲେରୀ ଉଦଘାଟନ ସହ ରବିନ୍ଦ୍ର ସେତୁରେ ଆଲୋକ ଓ ଶବ୍ଦ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଦେଶର ୫ଟି ଆଇକନିକ ମ୍ୟୁଜିୟମକୁ ଅନ୍ତର୍ଜାତୀୟ ମାନର କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

{"id":210034,"sizeSlug":"large"}

ଏବେ ଏହି କାମ କୋଲକାତାରେ ଥିବା ବିଶ୍ୱର ସର୍ବପ୍ରାଚୀନ ମ୍ୟୁଜିୟମରୁ ହେବ ବୋଲି ମୋଦି କହିଛନ୍ତି। ଏଥିରେ ବିପ୍ଲବି ଭାରତ ନାମରେ ଏକ ସଂଗ୍ରହାଳୟ ସ୍ଥାପନ ସହ ନେତାଜୀ ସୁଭାଷଚନ୍ଦ୍ର ବୋସ୍, ଅରବିନ୍ଦୋ ଘୋସ୍, ରାସବିହାରୀ ବୋସ୍, ଖୁଦିରାମ, ବାଘାଜତିନ ଆଦି ବିପ୍ଲବୀଙ୍କୁ ଏଠାରେ ଜାଗା ମିଳିବା ଦରକାର ବୋଲି ମୋଦି କହିଥିଲେ।

{"id":210035,"sizeSlug":"large"}

ଆଜାଦ ହିନ୍ଦ ସରକାରଙ୍କ ୭୫ ବର୍ଷ ପୁରଣ ହୋଇଛି। ଏଥିଲାଗି ଲାଲକିଲାରେ ପତାକା ଉତ୍ତୋଳନର ସୁଯୋଗ ପାଇଥିବାରୁ ମୋଦି ନିଜକୁ ଗୌରବାନ୍ୱୀତ ମନେ କରିବା ସହ ନେତାଜୀଙ୍କ ସମ୍ପର୍କିତ ଫାଇଲ ସାର୍ବଜନିକ କରିବା ଲାଗି  ଦୀର୍ଘବର୍ଷରୁ ହେଉଥିବା ଲୋକଙ୍କ ଦାବି ଏବେ ପୁରଣ ହୋଇଥିବା ମୋଦି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.