ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଜାପାନ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ; ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ଦେବେ ଯୋଗ

26/09/2022 at 7:40 PM

ନୂଆଦିଲ୍ଲୀ ୨୬/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ୍‌ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କ୍ରିୟାରେ ଯୋଗ ଦେବା ପାଇଁ ଜାପାନ୍‌ ଗସ୍ତରେ ସୋମବାର ବାହାରିଛନ୍ତି। ମଙ୍ଗଳବାର ଏହି ଅନ୍ତିମ ସଂସ୍କାର ହେବାକୁ ଥିବା ବେଳେ ପ୍ରାୟ ୧୦୦ଟି ଦେଶର ରାଷ୍ଟ୍ର ମୁଖ୍ୟମାନେ ଏଥିରେ ଯୋଗଦେବାର ସମ୍ଭାବନା ରହିଛି।

ଜାପାନ୍‌ରେ ଥିବା ଭାରତୀୟ ବୈଦେଶିକ ସଚିବ ବିନୟ କ୍ୱାର୍ତ୍ତା କହିଛନ୍ତି ଜାପାନରେ ପହଞ୍ଚିବା ପାଇଁ ମୋଦୀଙ୍କୁ ୧୨ରୁ ୧୬ ଘଣ୍ଟା ସମୟ ଲାଗିବ। ସେ ଆହୁରି କହିଛନ୍ତି ଯେ, ଏହି ଗସ୍ତ ସମୟରେ ମୋଦୀ ଯାପାନ୍‌ର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଭେଟିବା ସହିତ ସ୍ୱର୍ଗତ ସିଞ୍ଜୋ ଆବେଙ୍କ ସ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଥାଉକି, ୩ ମାସ ପୂର୍ବରୁ ଏକ ସଭାରେ ଆବେ ଭାଷଣ ଦେବା ସମୟରେ ଆତତାୟୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଞ୍ଜୋ ଆବେଙ୍କୁ ସମ୍ମାନୀତ କରିବାରେ ସୁଯୋଗ ପାଇବେ ବୋଲି ଜାପାନ୍‌ର ବୈଦେଶିକ ସଚିବ କ୍ୱାର୍ତ୍ତା କହିଛନ୍ତି।   

   Related Posts