କେନ୍ଦ୍ର ସରକାରଙ୍କ ୮ ବର୍ଷ: ଶିମଲାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପିଏମ ମୋଦୀ

Published By : Prameya-News7 Bureau | May 28, 2022 IST

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାରକୁ ୮ ବର୍ଷ ପୂରଣ ହୋଇଛି । କେନ୍ଦ୍ରରେ ସରକାରର ୮ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଶାସିତ ସବୁ ରାଜ୍ୟ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଏହାକୁ ପାଳନ କରୁଛନ୍ତି । ଏହି ଅବସରରେ ଦେଶର ପ୍ରଥମ କାର୍ଯ୍ୟକ୍ରମ ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରୁ ମେ ୩୧ରୁ ଆରମ୍ଭ ହେବାକୁ ଯାଉଛି। କାର୍ଯ୍ୟକ୍ରମର ସବୁ ପ୍ରସ୍ତୁତି ଉପରେ ନିଜେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନଜର ରଖିଛନ୍ତି । ରିଜ ପଡିଆରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆୟୋଜନର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁାଆଲ ମୋଡରେ ଆଲୋଚନା କରିବେ।

ଏଏନଆଇକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଠାକୁର କରିଛନ୍ତି, ହିମାଚଳ ପ୍ରଦେଶର ଲୋକେ ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଆମ ସମସ୍ତଙ୍କ ପାଇଁ ଏହା ଗର୍ବର ବିଷୟ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରର ଆଠ ବର୍ଷ ପୂରଣ ହୋଇଛି ଏବଂ ଏହି ଅବସରରେ ସେ ରାଜ୍ୟକୁ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରିଜ ମଇଦାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୀୟ ସ୍ଥାନ ମଧ୍ୟରୁ ଗୋଟିଏ।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, ପିଏମ ମୋଦୀଙ୍କ ଆଠ ବର୍ଷର କାର୍ଯ୍ୟକାଳ ଅତୁଳନୀୟ ରହିଛି ଏବଂ ଏହି ଆଠ ବର୍ଷରେ କେନ୍ଦ୍ର ସରକାର ସବୁ ବର୍ଗ ପାଇଁ କାମ କରିଛନ୍ତି। ସେ କହିଛନ୍ତି ପିଏମ ମୋଦୀ ଶିମଲା ପହଞ୍ଚିବା ପରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ଏହାସହ ବିଜେପିର ସବୁ ଜିଲ୍ଲା ମୁଖ୍ୟାଳୟ ସହ ଯୋଡି ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.