ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ରାଞ୍ଚିରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ୩୦,୦୦୦ ଯୋଗ ଶ୍ରଦ୍ଧାଳୁଙ୍କ ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 08, 2019 IST

ଜୁନ ୨୧, ୨୦୧୯ରେ ଝାଡଖଣ୍ଡର ରାଂଚିରେ ଥିବା ପ୍ରଭାତ ତରାଠାରେ ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ୨୦୧୯ର ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱ ନେବେ । ଏହି ମୁଖ୍ୟ କାର୍ଯ୍ୟକ୍ରମରେ ପାଖାପାଖି ୩୦,୦୦୦ ଜନସାଧାରଣ ଯୋଗଦେବା ନେଇ ଆଶା କରାଯାଉଛି । ଜୁନ ୧୩ରେ ରାଂଚିଠାରେ ମୁଖ୍ୟ କାର୍ଯ୍ୟକ୍ରମକୁ ନେଇ ଏକ ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଥିରେ କି ବିଭିନ୍ନ ଯୋଗାନୁଷ୍ଠାନ ଏବଂ ଯୋଗ ଗୁରୁଙ୍କ ବ୍ୟତୀତ ଅନେକ ପଦାଧିକାରୀ ଯୋଗଦେବେ । ଦେଶବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ମୁଖ୍ୟ ମନ୍ତ୍ରଣାଳୟ ରହିବ ଆୟୁଷ ମନ୍ତ୍ରଣାଳୟ ।

{"id":121087,"width":588,"height":329}

ଗତ ୪ ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯୋଗ ଦିବସ ସମ୍ବନ୍ଧୀୟ ଅନେକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଛି । ଚଳିତ ବର୍ଷ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଛୋଟ ବଡ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଜାତୀୟ ଗୁରୁତ୍ୱ ଦୃଷ୍ଟିରୁ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଲାଭ ପାଇବା ପାଇଁ ଜୁନ ୨୧, ୨୦୧୯ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆୟୁଷ ମନ୍ତ୍ରଣାଳୟ କେନ୍ଦ୍ର ଓ ରାଜ୍ୟର ସମସ୍ତ ଅଂଶୀଦାର ମନ୍ତ୍ରଣାଳୟ, ବିଭାଗ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଛି ।

{"id":121088,"width":580,"height":389}

ଯୋଗ ଦ୍ୱାରା ଜନସାଧାରଣଙ୍କ ସର୍ବାଙ୍ଗୀନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ଲକ୍ଷ୍ୟ ରଖି ଆନ୍ତର୍ଜାତିକ ଯୋଗ ଦିବସ ପାଳନରେ ବହୁ ସଂଖ୍ୟାରେ ଯୋଗଦାନ ପାଇଁ, ଅଧିକାଂଶ ଅଂଶୀଦାର ମନ୍ତ୍ରଣାଳୟ ଓ ବିଭାଗ, ରାଜ୍ୟ ସରକାର ଓ ଅନ୍ୟାନ୍ୟ ଅନୁଷ୍ଠାନମାନେ ପଦକ୍ଷେପ ଗ୍ରହଣ କରିଛନ୍ତି । ଆନ୍ତର୍ଜାତିକ ଯୋଗ ଦିବସର ପ୍ରସ୍ତୁତି ପାଇଁ ସିଆଇଆଇ, ଏଫଆଇସିସିଆଇ, ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟାରୀ ଆଦି ଶିଳ୍ପାନୁଷ୍ଠାନ ଏବଂ ସିବିଏସଇ, ଏନସିଇଆରଟି, ୟୁଜିସି, ଡିଏଭି ଆଦି ଶିକ୍ଷାନୁଷ୍ଠାନଭାନେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

{"id":121089,"width":587,"height":306}

ଏଥିସହିତ ସେମାନଙ୍କ କର୍ମଚାରୀ, ସଦସ୍ୟ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ଲାଭ ପାଇଁ ମନ୍ତ୍ରଣାଳୟ ଶିକ୍ଷାନୁଷ୍ଠାନ, ସରକାରୀ ଅନୁଷ୍ଠାନ, ବ୍ୟବସାୟିକ ଫାର୍ମ ଏବଂ ସାଂସ୍କୃତିକ ଅନୁଷ୍ଠାନ ସମେତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗଦେବା ପାଇଁ ପ୍ରୋତ୍ସାହିତ କରୁଛି । ଜୁନ ୨୧ରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ଗୁରୁତ୍ୱ ହେଉଛି ହଜାରରୁ ଉଦ୍ଧ୍ୱର୍ ସ୍ଥାନରେ ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ନେଇ ସମତାଳରେ ଯୋଗ ପ୍ରଦର୍ଶନ କରାଯିବ, ଯେଉଁଥିରେ କି ଲକ୍ଷ ଲକ୍ଷ ବ୍ୟକ୍ତି ଭାଗନେବେ ।

{"id":121090}

ଏହି ପ୍ରଦର୍ଶନମାନଙ୍କରେ ଭାରତର ପ୍ରଖ୍ୟାତ ଯୋଗଗୁରୁମାନେ ଭାଗନେବେ ଏବଂ ସମତାଳରେ ଏହି ଯୋଗ ପ୍ରଦର୍ଶନଗୁଡ଼ିକର ପରିଚାଳନା ପାଇଁ ଏକ ସାଧାରଣ ଆଦର୍ଶ ଯୋଗ ବିଧିର (ସିୱାଇପି) ବିକାଶ କରିବେ । ଏଥିରେ ସାମିଲ ରହିବ ୪୫ ମିନିଟ ପାଇଁ ଏକ ନିର୍ଦ୍ଧିଷ୍ଟ କ୍ରମରେ ଯୋଗାସନ । ବିଭିନ୍ନ ବୟସ ବର୍ଗର ଏବଂ ଶ୍ରେଣୀର ଜନସାଧାରଣଙ୍କୁ ଲକ୍ଷ୍ୟ ରଖି ଏହି ସାଧାରଣ ଆଦର୍ଶ ଯୋଗ ବିଧି ପ୍ରସ୍ତୁତ କରାଯାଇଛି । ଏହା ଆଶା କରାଯାଉଛି ଯେ ସାଧାରଣ ଆଦର୍ଶ ଯୋଗ ବିଧିରେ ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କର ଯୋଗ ପ୍ରତି ଆଗ୍ରହ ବୃଦ୍ଧି ପାଇବ ଏବଂ ସେମାନେ ଦୀର୍ଘସୂତ୍ରରେ ଯୋଗର ଅନୁପାଳନ ଚାଲୁ ରଖିବେ ।

{"id":121091,"width":581,"height":333}

ଆୟୁଷ ମନ୍ତ୍ରଣାଳୟର ୱେବସାଇଟରେ ସାଧାରଣ ଆଦର୍ଶ ଯୋଗ ବିଧି ସମ୍ବନ୍ଧୀୟ ସୂଚନା ସହ ମୁକ୍ତ ଭିଡିଓ ଏବଂ ଇ-ବୁକ ଉପଲବ୍ଧ । ବିଭିନ୍ନ ଅଂଶୀଦାର ସଙ୍ଗଠନମାନଙ୍କ ମାଧ୍ୟମରେ ମନ୍ତ୍ରଣାଳୟ ମଧ୍ୟ ଏହା ବଂଟନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.