୨୦୧୯ ନିର୍ବାଚନକୁ ନେଇ ଦଳୀୟ ନେତାଙ୍କୁ ମନ୍ତ୍ର ଫୁଂକିବେ ମୋଦି
9/09/2018 at 3:51 PM

ଦିଲ୍ଲୀ ୯/୯ : କେନ୍ଦ୍ରରେ ବିଜେପି ସରକାର ୫ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଆଗାମୀ ୫ ବର୍ଷ ପୁଣି କ୍ଷମତାଶୀଳ ହେବାକୁ ପୁଣି ରଣନୀତି ଆରମ୍ଭ କରିଛି | ମୋଦି ସରକାରଙ୍କ ସଫଳତା ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ | ଗତକାଲି ଠାରୁ ଆରମ୍ଭ ହୋଇଥିବା ୨ ଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ୨୦୧୯ ନିର୍ବାଚନ ପାଇଁ ଅଜୟ ବିଜେପି ସ୍ଲୋଗାନ ଚୂଡାନ୍ତ କରାଯାଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଦଳୀୟ ନେତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି |