ଆସନ୍ତାକାଲି ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି; ସୁରକ୍ଷା ବ୍ୟବସ୍ଥା କଡାକଡି
21/09/2018 at 11:43 AM

ଝାରସୁଗୁଡା ୨୧/୯ : ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଝାରସୁଗୁଡା ବିମାନ ବନ୍ଦର ସହ ଅନ୍ୟ ୫ଟି ପ୍ରକଳ୍ପରା ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦି | ମୋଦିଙ୍କ ଝାରସୁଗୁଡା ଗସ୍ତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି | ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦିନ ୧୨.୩୦ ରେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବେ | ସେଠାରେ ପହଂଚି ସେ ବିମାନ ବନ୍ଦର ଉଦଘାଟନ କରି ସେଠାରୁ ଉଡାଣ ସେବାର ଶୁଭାରମ୍ଭ କରିବେ | ଏହା ପରେ ଅମରପଲ୍ଲୀ ଯାଇ ଲକ୍ଷାଧିକ ବିଜେପି କର୍ମୀଙ୍କ ଉପସ୍ଥିତିରେ ଏକ ଜନସଭାରେ ଉଦବୋଧନ ଦେବେ | ଏହା ପରେ ମହାନଦୀ କୋଲ ଫିଲ୍ଡ ଲିମିଟେଡ଼ରା ଝାରସୁଗୁଡା, ସେରଡଗା, ୫୩ କି:ମି: ରେଳ ଲାଇନ ଓ ଗର୍ଜନ ବାହାଲ ଖଣିକୁ ମଧ୍ୟ ଉଦଘାଟନ କରିବେ ମୋଦି | ମୋଦିଙ୍କ ସଭାରେ ଅଧିକ ସଂଖ୍ୟାରେ ଲୋକ ଯୋଗ ଦେବାକୁ ବିଜେପିରା ଛାମୁଆ ସଂଗଠନରା କର୍ମକର୍ତ୍ତା ମାନେ ଗାଁ ଗାଁ ବୁଲି ଲୋକମାନଙ୍କୁ ନିମନ୍ତ୍ରଣ କରୁଛନ୍ତି | ପ୍ରଧାନମନ୍ତ୍ରୀରା ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ଅତିରିକ୍ତ ଡିଜି ଯୋଗେଶ ବହାଦୁର ଖୁରାନିଆ | ଏଥି ପାଇଁ ସାଢେ ୪ କି:ମି: ରାସ୍ତାରେ ବ୍ୟାରିକେଟରା ବ୍ୟବସ୍ଥା କରାଯାଇଛି | ୫୦ ପ୍ଲାଟୁନ ଫୋର୍ସ, ୩ ଏସପି, ୬ ଜଣ କମାଣ୍ଡାଣ୍ଟ ସ୍ଥରୀୟ ଅଧିକାରୀଙ୍କ ସମେତ ୩୦୦ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି | ଏହା ପରେ ମୋଦି ତାଳଚେର ସାର କାରଖାନାରା ଶିଳାନ୍ୟାସ କରିବେ |
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ତାଳଚେରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି | ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | କରାଯାଇଛି।ଏଥିସହ ପ୍ରଧାନମନ୍ତ୍ରୀ ଙ୍କ ସମସ୍ତ କାର୍ଯ୍ୟକ୍ରମ କୁ ସିସିଟିଭି ନିଘାରେ ରଖାଯାଇଛି।ଏହି ସୁରକ୍ଷା ବ୍ୟବସ୍ଥା କୁ ଅତିରିକ୍ତ ପୋଲିସ ଡିଜି,ଉତ୍ତରାଞ୍ଚଳ ଡିଆଇଜି ନିଜେ ଉପସ୍ଥିତ ରହି ତଦାରଖ କରୁଛନ୍ତି।