ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ ୧୦/୧୨ : ସେଣ୍ଟ୍ରାଲ ଭିଷ୍ଟ ପ୍ରୋଜେକ୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୦ ତାରିଖ ଗୁରୁବାର ଦିନ ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ। ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ପୁରା କରିବାକୁ ଲକ୍ଷ୍ୟ ରହିଛି। ନୂଆ ସଂସଦ ଭବନ ନିର୍ମାଣ ଟାଟା ପ୍ରୋଜେକ୍ଟ ଲିମିଟେଡ଼ ଦ୍ୱାରା କରାଯିବ। ଏହି ପ୍ରକଳ୍ପରେ ୮୬୧.୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ଟାଟା ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସବୁଠାରୁ କମ ବୋଲି ଲଗାଇଥିଲା। ଏହାପରେ ସରକାର ସଂସଦ ଭବନ ନିର୍ମାଣ ଦାୟିତ୍ୱ ଟାଟାକୁ ଦେଇଛନ୍ତି। ନୂଆ ସଂସଦ ଭବନର ଶିଳାନ୍ୟାସ ପୂର୍ବରୁ ବିବାଦ ମଧ୍ୟ ଆରମ୍ଭ ହୋଇଯାଇଛି। ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହେବାକୁଥିବା ରାଶି ଓ ପର୍ଯାବରଣ ସମ୍ବନ୍ଧିତ ଚିନ୍ତା ଦେଖି ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ବାଚସ୍ପତି ଓମ ବିରଲା ମୋଦିଙ୍କୁ ସାକ୍ଷାତ କରିବେ। ତାଙ୍କୁ ନୂଆ ସଂସଦ ଭବନର ଶିଳାନ୍ୟାସ ପାଇଁ ନିମନ୍ତ୍ରଣ ଦେଇଥିଲେ।

{"id":375426,"sizeSlug":"large","linkDestination":"none"}

ବର୍ତ୍ତମାନ ସଂସଦ ଭବନ ଗୋଲାକାର ଆକୃତିର। ଏଠାରେ ଲୋକସଭାର ୫୪୫ ଏବଂ ରାଜ୍ୟସଭାର ୨୪୫ ସାଂସଦ ବସନ୍ତି। ଭଵିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ସଂସଦ ଭବନରେ ଲୋକସଭା ଓ ରାଜ୍ୟସଭାର ମୋଟ ୧୨୨୪ ସାଂସଦ ବସିବା ପାଇଁ ବ୍ୟବସ୍ଥା ହେବ। ଲୋକସଭା ସଦନରେ ୮୮୮ ସାଂସଦ ବସିବା ପାଇଁ ବ୍ୟବସ୍ଥା ହେବ। ରାଜ୍ୟସଭା ସଦନରେ ୩୮୪ ସାଂସଦ ବସିପାରିବେ। ନୂଆ ସଂସଦ ଭବନ ପୁରୁଣା ସଂସଦ ଭବନ ତୁଳନାରେ ବଡ ହେବ ଏବଂ ରଥରେ ସୁରକ୍ଷା ଓ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା ରହିବ।

ନୂଆ ସଂସଦ ଭବନ ଶିଳାନ୍ୟାସ କାର୍ଯ୍ୟକ୍ରମ ଅପରାହ୍ନ ୧୨ଟା ୫୫ମିନିଟରେ ଆରମ୍ଭ ହେବ। ମୋଦି ଅପରାହ୍ନ ଗୋଟାଏ ବେଳେ ଭୂମିପୂଜନ ଓ ଶିଳାନ୍ୟାସ କରିବେ। ଏହାପରେ ସାଢେ ଗୋଟାଏ ବେଳେ ସର୍ବ ଧର୍ମ ପ୍ରାର୍ଥନା ହେବ ଏବଂ ଅପରାହ୍ନ ସାଢେ ୨ଟା ସମୟରେ ମୋଦି ସମାରୋହକୁ ସମ୍ବୋଧିତ କରିବେ।

{"id":375441,"sizeSlug":"large","linkDestination":"none"}

ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଭେଙ୍କଟେଶ୍ୱ ଯୋଶୀ, ଆବାସ ଓ ସହରୀ କାର୍ଯ୍ୟ ମନ୍ତ୍ରୀ ହାରଦୀପ ପୁରୀ, ରାଜ୍ୟସଭା ଉପସଭାପତି ହରିବଂଶ ନାରାୟଣ ସିଂହ କାର୍ଯ୍ୟକ୍ରମରେ ସାମିଲ ହେବେ। ତାଛଡା କେନ୍ଦ୍ର ମନ୍ତ୍ରୀ, ସାଂସଦ, ସଚିବ, ରାଷ୍ଟ୍ରଦୂତ, ଉଚ୍ଚାୟୁକ୍ତ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ ଯେ ଉପ ରାଷ୍ଟ୍ରପତି ଓ ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ଅଧ୍ୟକ୍ଷ ଓମ ବିରଲା ୨୦୧୯ ଅଗଷ୍ଟ ୫ ତାରିଖରେ ରାଜ୍ୟସଭା ଓ ଲୋକସଭା ଅଧିବେଶନ ସମୟରେ ନୂଆ ସଂସଦ ଭବନ ପାଇଁ ପ୍ରସ୍ତାବ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.