scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ, ବଦଳିପାରେ କେନ୍ଦ୍ର କ୍ୟାବିନେଟ୍

3/07/2023 at 7:59 AM

ନୂଆଦିଲ୍ଲୀ ୦୩।୦୭ : ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ ବସିବ । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନୂଆ କରି ନିର୍ମାଣ ହୋଇଥିବା କନଭେନସନ ସେଣ୍ଟରରେ ଏହି ବୈଠକ ହେବ।

ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ । ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇପାରେ । କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେଲେ ଅନେକ ନୂଆ ଚେହେରା ଆସିବ ବୋଲି ଆଶା କରାଯାଉଛି। କିଛି ମନ୍ତ୍ରୀଙ୍କୁ ବାଦ ଦିଆଯିବା ସହ ଅନେକଙ୍କୁ ନୂଆ ଦାୟିତ୍ବ ଦିଆଯିବ ବୋଲି କୁହାଯାଉଛି । ବିଶେଷ କରି ଚଳିତ ବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନଜରରେ ରଖି ମୋଦି କ୍ୟାବିନେଟରେ ପରିବର୍ତ୍ତନ ହୋଇପାରେ ।

ତେବେ ୨ ବର୍ଷ ହେବ ମୋଦି କ୍ୟାବିନେଟରେ କୌଣସି ବଡ଼ ଧରଣର ଅଦଳବଦଳ ହୋଇନାହିଁ। କିନ୍ତୁ ଗତ ମେ’ରେ ମୋଦି ସରକାର କିରନ ରିଜିଜୁଙ୍କୁ ହଟାଇ ଅର୍ଜୁନ ରାମ ମେଘୱାଲଙ୍କୁ ନୂଆ ଆଇନ ମନ୍ତ୍ରୀ କରିଥିଲେ। ଏହା ପୂର୍ବରୁ ୨୦୨୧ ଜୁଲାଇରେ ମୋଦି କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ ହୋଇଥିଲା। ୧୨ ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା ଏବଂ ୧୭ ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିଲେ।

ଗତ ଜୁନ ୨୯ରେ ବସିଥିବା ବୈଠକରେ ପ୍ରଧାନମନ୍ତ୍ରୀ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟ ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ମୋଦି କ୍ୟାବିନେଟରେ ପରିବର୍ତ୍ତନ ହେବା ନେଇ କଳ୍ପନାଜଳ୍ପନା ଲାଗିରହିଛି ।

   Related Posts