ଏବେଠୁ ଇଭିଏମ୍-ଇଭିଏମ୍ ହେଲାଣି କଂଗ୍ରେସ, ଗୁଜରାଟରେ ପିଏମ୍ ମୋଦୀ କଲେ ଟାର୍ଗେଟ୍

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଆଣନ୍ଦରେ ଏକ ଜନସଭାକୁ ସମ୍ୱୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି, କଂଗ୍ରେସ ପାର୍ଟି ଏବେଠାରୁ ଇଭିଏମ୍-ଇଭିଏମ୍ କହିବା ଆରମ୍ଭ କରିଛି । ତେବେ ସେମାନଙ୍କର ମାନସିକତା ଗୁଲାମୀର, ତାଙ୍କ ସମୟରେ କେବଳ ଘୋଟାଲା ହେଉଥିଲା । ପିଏମ୍ ମୋଦୀ କହିଛନ୍ତି, କଂଗ୍ରେସ ଏବଂ ବିଜେପିର ଚିନ୍ତାଧାରାରେ ବହୁ ଅନ୍ତର ରହିଛି ।

ପିଏମ୍ ମୋଦୀ କହିଛନ୍ତି, ପାଭାଗଦରେ ୫୦୦ ବର୍ଷ ପୂର୍ବେ ଆକ୍ରାନ୍ତାମାନେ ମାଆ କାଳୀଙ୍କ ମୂର୍ତ୍ତି ନଷ୍ଟ କରିଥିଲେ । କିନ୍ତୁ କଂଗ୍ରେସ ସେହି ମୂର୍ତ୍ତି ଗୁଡିକୁ ନିର୍ମାଣ କରି ନଥିଲା । କଂଗ୍ରେସର କାମ ଇଂରେଜଙ୍କ ପରି ଥିଲା । ଲୋକମାନଙ୍କୁ ଜାତିବାଦ ନାଁରେ ଲଢାଉଥିଲା ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ପରାଜୟକୁ ନେଇ ଇଭିଏମ୍ ଉପରେ ଅଭିଯୋଗ ଆଣିଥାଏ । ସେ କହିଛନ୍ତି ସରଦାର ସାହେବ ଭାରତକୁ ଏକ କରିଥିଲେ । କଂଗ୍ରେସ ନେତାଙ୍କୁ ସରଦାର ସାହେବଙ୍କ ସମ୍ପର୍କରେ ପ୍ରଶ୍ନ ପଚାରିବା ଦରକାର । କଂଗ୍ରେସ ପାର୍ଟି ସରଦାର ପଟେଲଙ୍କ ଅପମାନ କରିଛି । କଂଗ୍ରେସକୁ ଆପଣମାନେ ଦଣ୍ଡ ଦିଅନ୍ତୁ ଲୋକଙ୍କୁ ପିଏମ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନୀ ପ୍ରଚାର ସମୟରେ କହିଛନ୍ତି, ଗୁଜରାଟରେ ଏବେ କର୍ଫ୍ୟୁ ଲାଗୁ ନାହିଁ । ଆମ ରାଜ୍ୟ ଏବେ ଜାତି ରାଜନୀତିଠାରୁ ଉପରେ ରହିଛି । କଂଗ୍ରେସ ସରକାର ଚାଷୀଙ୍କୁ ଗୁଳି ମାରୁଥିଲା, ଆମେ ଘରେ ଘରେ ଭ୍ୟାକ୍ସିନ ପହଞ୍ଚାଉଛୁ ବୋଲି ସେ କହିଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.