'ପଦ ଯାତ୍ରା' ନୁହେଁ, ପଦ ପାଇବା ପାଇଁ ଯାତ୍ରା, ଭାରତ ଯୋଡୋକୁ ଟାର୍ଗେଟ କଲେ ପିଏମ ମୋଦୀ

Published By : Prameya-News7 Bureau | November 21, 2022 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଉପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି । ରାହୁଲ ଗାନ୍ଧୀଙ୍କ ଯାତ୍ରା ଉପରେ ଟାର୍ଗେଟ କରି କହିଛନ୍ତି, ଯେଉଁ ଲୋକଙ୍କୁ ଜନତା କ୍ଷମତାରୁ ବାହାର କରିଥିଲେ, ଏବେ ସେମାନେ କ୍ଷମତାକୁ ଆସିବା ପାଇଁ ଯାତ୍ରା ବାହାର କରୁଛନ୍ତି । ପିଏମ ମୋଦୀ ଗୁଜରାଟର ସୁରେନ୍ଦ୍ର ନଗର ଜିଲ୍ଲାରେ ଧ୍ରାଙ୍ଗଧରାରେ ଏକ ଜନସଭାକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ପିଏମ ମୋଦୀ କହିଛନ୍ତି, 'ଏହା ପଦ(ପାଦ) ଯାତ୍ରା ନୁହେଁ, ବରଂ ପଦ(କ୍ଷମତା)ପାଇଁ ଯାତ୍ରା ଅଟେ'।

ପିଏମ ମୋଦୀ କହିଛନ୍ତି, 'କଂଗ୍ରେସ ମୋଦୀକୁ ତାର ଔକାତ ଦେଖାଇବ ବୋଲି ନାରା ଦେଉଛି । ଆପଣ(କଂଗ୍ରେସ) ଏକ ରାଜ ପରିବାରର ଦଳ ଏବଂ ମୁଁ ଗୋଟିଏ ସାଧାରଣ ଘରର ପୁଅ । ଆପଣ (କଂଗ୍ରେସ) ମୋତେ ପ୍ରଥମେ ମୃତ୍ୟୁର ସୌଦାଗର, ନାଳର ପୋକ ଏବଂ ନୀଚ ପରି ନାଁରେ ଡାକିଥିଲ କିନ୍ତୁ ଏବେ ଔକାତର ଖେଳରୁ ହଟି ଗତ ଦୁଇ ଦଶନ୍ଧିରେ ଗୁଜରାଟରେ ବିଜେପିର ବିକାଶ କାର୍ଯ୍ୟ ଉପରେ ଚର୍ଚ୍ଚା କରିବାକୁ ପଡିବ' ।

ସୌରାଷ୍ଟ୍ରରେ କଂଗ୍ରେସର ଗଡ଼ ସୁରେନ୍ଦ୍ର ନଗରରେ ବିଶାଳ ଜନସଭାକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 'ଦୁଇ ଦଶନ୍ଧି ମୋ ନାଁରେ କୌଣସି ଔକାତ ନାହିଁ, ତଥାପି ମୁଁ ସେବକ ଏବଂ ସେବାଦାର ଅଟେ । ସୁରେନ୍ଦ୍ର ନଗରବାସୀଙ୍କୁ ଆପଣ ୪୦ ବର୍ଷ ଯାଏଁ ଜଳ ସଂକଟରେ ରଖିଲ । ଏବେ ନିଜ ଯାତ୍ରାରେ ନିର୍ମଦା ଯୋଜନାର ବିରୋଧ କରୁଥିବା (ମେଘା ପାଟକର) ଲୋକଙ୍କ ସହ କାନ୍ଧ ମିଶାଇ ଚାଲୁଛ । ଆସନ୍ତା ନିର୍ବାଚନରେ ଗୁଜରଟବାସୀ ଏହା ଉପରେ ନିଶ୍ଚୟ ଦଣ୍ଡ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.