ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ: ଜାନୁଆରୀ ୩ ତାରିଖରୁ ୧୫-୧୮ବର୍ଷ ପିଲାଙ୍କୁ ଭ୍ୟାକସିନ୍‌, କୋଭିଡ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍‌

Published By : Prameya-News7 Bureau | December 25, 2021 IST

ନୂଆଦିଲ୍ଲୀ ୨୫/୧୨ : ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି କରୋନା ସଂକ୍ରମଣ । ଏ ନେଇ ଆମକୁ ସାବଧାନ ରହିବାକୁ ହେବ । କରୋନା ବିରୋଧରେ ଭାରତର ଲଢେଇ ଆରମ୍ଭରୁ ହିଁ ବୈଜ୍ଞାନିକ ପଦ୍ଧତି ଦ୍ବାରା ଆଧାରିତ । ଟିକାକରଣ ଆରମ୍ଭରୁ ହିଁ ବିଶେଷଜ୍ଞଙ୍କ ପରାମର୍ଶ ଦ୍ବାରା କେଉଁମାନଙ୍କୁ ପ୍ରଥମେ ଟିକାକରଣ କରାଯିବ, କୋଭିଡ ହୋଇଥିବା ବ୍ୟକ୍ତି କେବେ ଟିକା ନେବେ ଇତ୍ୟାଦି ସ୍ପଷ୍ଟ କରାଯାଇଥିଲା । ଦେଶରେ ଅକ୍ସିଜେନ୍‌ ଉତ୍ପାଦନ ବୃଦ୍ଧିପାଇଛି । ବୟସ୍କ ଜନସଂଖ୍ୟା ମଧ୍ୟରୁ ୯୦ ପ୍ରତିଶତଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆସରିଛି । ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାଦ ଭାରତରେ ଜାରି ରହିଛି ।

ମୋଦି କହିଛନ୍ତି, ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଭ୍ୟାକସିନ୍‌ । ଜାନୁଆରୀ ୧୦ ତାରିଖରୁ ସ୍ବାସ୍ଥ୍ୟ କର୍ମୀ ତଥା ଫ୍ରଣ୍ଟ ଲାଇନ୍‌ ଓ୍ବାର୍କରମାନଙ୍କୁ ବୁଷ୍ଟର ଡୋଜ୍‌ ଭ୍ୟାକସିନ୍‌ ଦିଆଯିବ । ଏହା ସହିତ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ଯେଉଁମାନେ କି ବିଭିନ୍ନ ରୋଗରେ ପୀଡିତ ଅଛନ୍ତି ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ୍‌ ନେଇପାରିବେ । ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୧ କୋଟି ଡୋଜ୍‌ ଭ୍ୟାକସିନ ଦିଆସରିଛି । ୧୮ ଲକ୍ଷ ଆଇସୋଲେସନ ବେଡ୍‌ ପ୍ରସ୍ତୁତ ରହିଛି । ଏହା ସହିତ ୧.୪୦ ଲକ୍ଷ ଆଇସିୟୁ ବେଡ୍‌, ୯୦ ହଜାର ପେଡିଏଟଅିକ୍‌ ଆଇସିୟୁ ଏବଂ ନନ୍‌ ଆଇସିୟୁ ପ୍ରସ୍ତୁତ ରହିଛି । ୩ ହଜାର ଅକ୍ସିଜେନ୍‌ ପ୍ଲାଣ୍ଟ, ୪ ଲକ୍ଷ ଅକ୍ସିଜେନ୍‌ ସିଲିଣ୍ଡର ମଧ୍ୟ ବଣ୍ଟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.