Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପିଏମ ମୋଦୀ, ୟୁକ୍ରେନ ସ୍ଥିତି ଉପରେ ଭାରତର ଆଭିମୁଖ୍ୟ ଦୋହରାଇଲେ

1/07/2022 at 6:52 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ପିଏମ ମୋଦୀ ୟୁକ୍ରେନ ସ୍ଥିତି ଉପରେ ଭାରତର ଅଭିମୁଖ୍ୟକୁ ଦୋହରାଇଛନ୍ତି । ମାମଲାର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତିକୁ ସେ ସମର୍ଥନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦିଆଯାଇଥିବା ସୂଚନା ଅନୁସାରେ, ୟୁକ୍ରେନର ବର୍ତ୍ତମାନ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୀତି ପକ୍ଷରେ ଭାରତର ଦୀର୍ଘ ସମୟର ଅଭିମୁଖ୍ୟକୁ ରଖିଥିଲେ ।

ଫୋନରେ କଥା ହୋଇ ଦୁଇ ନେତା ବିଶ୍ୱର ଉର୍ଜା ଏବଂ ଖାଦ୍ୟ ବଜାର ସ୍ଥିତି ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ପିଏମଓର ସୂଚନା ଅନୁସାରେ, ଦୁଇ ନେତା କୃଷି ଉପକରଣ, ସାର ଏବଂ ଫାର୍ମା ଉତ୍ପାଦନରେ ଦ୍ୱିପାକ୍ଷିକ ବ୍ୟବସାୟକୁ କିପରି ଅଧିକ ପ୍ରୋତ୍ସାହିତ କରାଯାଇ ପାରିବ, ଏହା ଉପରେ ଆଲୋଚନା କରିଛନ୍ତି । ଏହାସହ ବିଶ୍ୱର ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ସୂଚନା ଅନୁସାରେ,୨୦୨୧ ଡିସେମ୍ୱରରେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମୟରେ ନିଆ ଯାଇଥିବା ନିଷ୍ପତ୍ତିର କ୍ରିୟାନ୍ୱୟନ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ଏହାଛଡା ବୈଶ୍ୱିକ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ନିୟମିତ ପରାମର୍ଶ ଜାରି ରଖିବା ଉପରେ ସହମତି ପ୍ରକାଶ କରିଛନ୍ତି।

   Related Posts