ନୂଆଦିଲ୍ଲୀ – ରୁଷ୍ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ୟୁକ୍ରେନୀ ରାଷ୍ଟ୍ରପତି ନିଜ ଦେଶର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଭାରତ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନର ସପକ୍ଷରେ ଅଛନ୍ତି। ଏହାସହ ପିଏମ୍ ମୋଦି ଖୁବ୍ ଶୀଘ୍ର ଯୁଦ୍ଧ ବନ୍ଦ କରିବା ଓ ଶାନ୍ତି ଫେରାଇ ଆଣିବା ସମ୍ୱନ୍ଧରେ ପ୍ରୟାସ ନେଇ ମଧ୍ୟ ଆଶ୍ୱାସନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଏହି ଦିଗରେ ସବୁ ଆବଶ୍ୟକୀୟ ପଦକ୍ଷେପ ନେବାରେ ପ୍ରତିବଦ୍ଧ।
I had a long conversation with the Prime Minister of India @narendramodi. We discussed in detail all important issues – both of our bilateral cooperation and the overall diplomatic situation. I am grateful to the Prime Minister for his warm words of support for our people.
— Volodymyr Zelenskyy / Володимир Зеленський (@ZelenskyyUa) August 11, 2025
I… pic.twitter.com/Lx9b3sMAbb
ଏହି ସମୟରେ ପିଏମ୍ ମୋଦି ଓ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଭାରତ-ୟୁକ୍ରେନ ମଧ୍ୟରେ ଦ୍ୱିପାକ୍ଷୀୟ ଭାଗିଦାରୀକୁ ନେଇ ମଧ୍ୟ ଆଲୋଚନା ହୋଇଛି। ଉଭୟ ପାରସ୍ପରିକ ହିତର ପ୍ରସଙ୍ଗରେ ସହଯୋଗ ବଢାଇବା ବିଷୟରେ ମଧ୍ୟ କଥା ହୋଇଛନ୍ତି। ଏହା ବ୍ୟତୀତ ଉଭୟ ନେତା ଆଗକୁ ବି ପରସ୍ପରର ସଂପର୍କରେ ରହିବାକୁ ସହମତି ପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଯେ, ରୁଷ୍-ୟୁକ୍ରେନ ସଂଘର୍ଷର ସମାଧାନକୁ ନେଇ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷୀୟ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ୧୫ ଅଗଷ୍ଟକୁ ହେବାକୁ ଥିବା ସାକ୍ଷାତ୍କୁ ଦେଖି ମୋଦି ଓ ଜେଲେନସ୍କିଙ୍କ କଥାବାର୍ତ୍ତାକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।
ୟୁକ୍ରେନର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ରେ କଥାବାର୍ତ୍ତା ପରେ କହିଛନ୍ତି ଯେ, ଆମେ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତାର ଭାବେ ଆଲୋଚନା ହୋଇଛୁ। ସେ କହିଛନ୍ତି , ଆମ ଲୋକଙ୍କ ପ୍ରତି ସମର୍ଥନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଉତ୍ସାହପୂର୍ଣ୍ଣ କଥା କହିଛନ୍ତି , ଏହାକୁ ନେଇ ମୁଁ ତାଙ୍କ ପ୍ରତି କୃତଜ୍ଞ। ଜେଲେନସ୍କି କହିଛନ୍ତି ଯେ, ମୁଁ କହିଛି ଯେ, ରୁଷ୍ର ଶକ୍ତି ବିଶେଷକରି ତୈଳର ରପ୍ତାନୀକୁ ସୀମିତ କରିବାର ଆବଶ୍ୟକତା ଅଛି।