ଏମିତି ସ୍ଥିତିରେ ଆମକୁ ଘରେ କଣ କରିବା ଉଚିତ୍, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ୧୪।୦୩: କରୋନା ନେଇ ଦେଶରେ ଆତଙ୍କର ମାହୋଲ ରହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା କାରଣରୁ ଅନେକ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଦେଶରେ ଅନେକ କ୍ରୀଡା ଆୟୋଜନକୁ ବାତିଲ୍ କରାଯାଇଛ। ଅନ୍ୟପଟେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ମିଶି କରୋନାର ମୁକାବିଲା ନେଇ ଅନେକ ପଦକ୍ଷେପ ନେଉଛନ୍ତି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଟୁଇଟରରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ସେୟାର କରିଛନ୍ତି।

ଗାଇଡ୍ ଲାଇନରେ ଅନେକ ମହତ୍ଵପୂର୍ଣ୍ଣ ସୂଚନା ରହିଛି। ଏପରି ସ୍ଥିତିରେ ଘରେ ଆମେ କଣ କରିବା ଉଚିତ୍ ଏବଂ କଣ ନକରିବା ଉଚିତ୍ ତାହା ଉଲ୍ଲେଖ ରହିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କରୋନାକୁ କେମିତି ରୋକା ଯାଇ ପାରିବ ଏବଂ ଲୋକଙ୍କୁ କଣ କରିବା ଉଚିତ୍ ତାହା ସବିଶେଷ ଗାଇଡ୍ ଲାଇନ ମାଧ୍ୟମରେ ଜାରି କରିଛି।

wp:core-embed/twitter {"url":"https://twitter.com/narendramodi/status/1238746682625425408?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238746682625425408\u0026ref_url=https%3A%2F%2Ftimesofindia.indiatimes.com%2Findia%2Fcoronavirus-pm-modi-shares-health-ministrys-guidelines-on-home-quarantine%2Farticleshow%2F74625996.cms","type":"rich","providerNameSlug":"twitter","className":""}
https://twitter.com/narendramodi/status/1238746682625425408?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238746682625425408&ref_url=https%3A%2F%2Ftimesofindia.indiatimes.com%2Findia%2Fcoronavirus-pm-modi-shares-health-ministrys-guidelines-on-home-quarantine%2Farticleshow%2F74625996.cms
/wp:core-embed/twitter

ଗାଇଡ୍ ଲାଇନ ଅନୁଯାୟୀ, ଯେତେ ସମ୍ଭବ ସେତିକି ସମୟ ଘରେ ରହିବାକୁ ଚେଷ୍ଟା କରନ୍ତୁ। ଅତି ଜରୁରୀ ନହେଲେ ବାହାରକୁ ବାହାରନ୍ତୁ ନାହିଁ। ସାର୍ବଜନୀନ ଶୌଚଳୟ ବ୍ୟବହାର କରନ୍ତୁ ନାହିଁ। ସର୍ବଦା ନିଜର ହାତ ସଫା ରଖିବାକୁ କୁହାଯାଇଛି।

ଘରେ ଗୋଟିଏ କୋଠରୀରେ ଅଧିକ ସଦସ୍ୟ ରୁହନ୍ତୁ ନାହିଁ। ଯଦି ପରିବାରର ସଦସ୍ୟ ଗୋଟିଏ ରୁମରେ ରହିବାକୁ ଚାହୁଁଛନ୍ତି ତେବେ ପରସ୍ପର ମଧ୍ୟରେ ଅତି କମରେ ଏକ ମିଟର ଦୂରତା ବଜାୟ ରଖନ୍ତୁ। ବିଶେଷ କରି ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁଙ୍କ ପ୍ରତି ବିଶେଷ ନଜର ରଖିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.