କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅନୁଭବକୁ ସମ୍ମାନ; ମୋଦିଙ୍କ ଟିମ୍‌ରେ ୬ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ: ଦେଶରେ ଏନଡିଏ ସରକାର ଆରମ୍ଭ । ମେଣ୍ଟ ସରକାରରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତା ଶପଥ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେପି ଟପ୍ ନେତା ଅମିତ୍ ଶାହ, ରାଜନାଥ ସିଂହ, ନୀତିନ ଗଡକରୀ ଏବଂ ଜେପି ନଡ୍ଡା ମନ୍ତ୍ରୀ ମଧ୍ୟ କ୍ୟାବିନେଟରେ ଶାମିଲ୍ ହୋଇଛନ୍ତି । ସେହିପରି ୬ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଏଥର ଅଭିଜ୍ଞଙ୍କୁ ମୋଦିଙ୍କ ଟିମରେ ସମ୍ମାନ ମିଳିଛି ।   

ଭାରତୀୟ ଜନତା ପାର୍ଟିର ନେତା ରାଜନାଥ ସିଂହ, ଶିବରାଜ ସିଂହ ଚୌହାନ, ମନୋହର ଲାଲ୍ ଖଟ୍ଟର, ଏଚଡି କୁମାରସ୍ବାମୀ, ଜିତନ ରାମ ମାନଝୀ ଏବଂ ସର୍ବାନନ୍ଦ ସୋନେଓ୍ବାଲ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  ଏହି ସମସ୍ତ ନେତା ବିଭିନ୍ନ ରାଜ୍ୟରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ରାଜନାଥ ସିଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେହିପରି ମନୋହର ଲାଲ୍ ଖଟ୍ଟର ପୂର୍ବରୁ ହରିୟଣାର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସର୍ବାନନ୍ଦ ସୋନେଓ୍ବାଲ ଆସାମର ମୁଖିଆ ଦାୟିତ୍ବ ତୁଲାଇଛନ୍ତି । ଜିତନ ରାମ ମାନଝୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏଚଡି କୁମାରସ୍ବାମୀ କର୍ଣ୍ଣାଟକର ସିଏମ ଭାବେ କାର୍ଯ୍ୟ କରିଛନ୍ତି ।

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମୋଟ୍ ୭୨ଜଣ ସାଂସଦ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମରେ ୩୦ଜଣ କ୍ୟାବିନେଟ ମନ୍ତ୍ରୀ, ୫ଜଣ ସ୍ବାତନ୍ତ୍ର ପାହ୍ୟା ରାଜ୍ୟମନ୍ତ୍ରୀ ଏବଂ ୩୬ଜଣ ରାଜ୍ୟମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି । ଏହି ସମସ୍ତ ମନ୍ତ୍ରୀ ୨୪ଟି ରାଜ୍ୟରୁ ରହିଛନ୍ତି ।  ଏମାନେ ସମସ୍ତ ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିତ୍ବ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.