କାରଗିଲରେ ଯବାନଙ୍କ ସହ ‘ବନ୍ଦେ ମାତରମ୍‘ ଗାଇଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 24, 2022 IST

କାରଗିଲ(୨୪/୧୦): ସବୁଥର ପରି ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନା ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏଥିପାଇଁ ସୋମବାର ପ୍ରଧାନମନ୍ତ୍ରୀ କାରଗିଲ୍ ପହଞ୍ଚି ସେନା ଯବାନଙ୍କୁ ସମ୍ବୋଧନ କରିବା ପରେ ସେମାନଙ୍କ ସହ ମିଶି ବନ୍ଦେ ମାତରମ ଗାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଆନନ୍ଦରେ ଗୀତ ଗାଇ ତାଳି ବଜାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

wp:html /wp:html

ଦୀପାବଳି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ପରେ ସଶସ୍ତ୍ର ବଳ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବା ସହ ମିଶି ‘ବନ୍ଦେ ମାତରମ୍’ ଗାଇଥିଲେ। ପରେ ‘ଭାରତ ମାତା କି ଜୟ’ ନାରାରେ କମ୍ପିଥିଲା କାରଗିଲ କ୍ୟାମ୍ପ।

ଏହି ଅବସରରେ ପିଏମ ମୋଦୀ ସେନାକୁ ସମ୍ବୋଧିତ କରି ଭାରତ ସବୁବେଳେ ଶାନ୍ତି ପଥରେ ରହିଥାଏ ବୋଲି କହିଥିଲେ। ଏଥିପାଇଁ ସେ ପୁରାଣ ଯୁଗର ଉଦାହରଣ ମଧ୍ୟ ଦେଇଥିଲେ। ମୋଦୀ କହିଥିଲେ ଯେ ଆମେ କେବେ ବି ଯୁଦ୍ଧକୁ ପ୍ରଥମ ବିକଳ୍ପ ଭାବରେ ଦେଖିନଥିଲୁ। ସେ ଲଙ୍କାରେ ରାବଣ ବଦ୍ଧ ହେଉ କି କୁରୁକ୍ଷେତ୍ରର ଯୁଦ୍ଧ ହେଉ। ଆମେ ଯୁଦ୍ଧରୁ ବିରତ ରହିବାକୁ ଶେଷ ଚେଷ୍ଟା କରିଛୁ। ଆମେ ଯୁଦ୍ଧ ବିରୋଧରେ ଅଛୁ ସତ ହେଲେ ଶକ୍ତି ବିନା ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ। ଯଦି କେହି ଆମକୁ ଖରାପ ନଜରରେ ଦେଖିବାକୁ ସାହସ କରିବ ତେବେ ଆମର ସଶସ୍ତ୍ର ବଳ ଏହାର ଉଚିତ୍ ଜବାବ ଦେବେ ବୋଲି ମୋଦୀ କହିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.