Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

‘କ୍ୱାଡ’ ସମ୍ମିଳନୀକୁ ମୋଦି କହିଲେ ‘ଫୋର୍ସ ଫର ଗ୍ଲୋବାଲ ଗୁଡ’, ଜୋ ବାଇଡେନଙ୍କୁ ଭାରତ ଆମନ୍ତ୍ରଣ କଲେ

25/09/2021 at 3:43 PM

ନୂଆଦିଲ୍ଲୀ ୨୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତକାଳରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ କ୍ୱାଡ୍ରିଲାଟେରାଲ ଡାୟଲଗ’ (କ୍ୱାଡ) ସମ୍ମିଳନୀରେ ଯୋଗଦେଇଛନ୍ତି। ଏଥିରେ ମୋଦି ତାଙ୍କ ଜାପାନ ଓ ଅଷ୍ଟ୍ରେଲିଆ ସମକକ୍ଷଙ୍କୁ ମଧ୍ୟ ଭେଟିଛନ୍ତି।  ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ୪ ଗଣତାନ୍ତ୍ରିକ ସମୂହ ବିଶ୍ୱରେ ‘ଫୋର୍ସ ଫର ଗ୍ଲୋବାଲ ଗୁଡ’ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ପ୍ରଥମଥର ପ୍ରତ୍ୟକ୍ଷ କ୍ୱାଡ ସମ୍ମେଳନ ଆୟୋଜନ ନିମନ୍ତେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସେ କହିଥିଲେ ଯେ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ପ୍ରଥମ ଥର ୨୦୦୪ ମସିହାରେ ସୁନାମୀ ଲାଗି ଏକତ୍ର କାର୍ଯ୍ୟ କରିଥିଲେ। ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ମାନବତାର ସହାୟତା ଲାଗି ବିଶ୍ୱର ୪ ପ୍ରମୁଖ ଗଣତନ୍ତ୍ର କାର୍ଯ୍ୟ କରିଥିଲେ। ଆଜି ଯେତେବେଳେ ସାରା ବିଶ୍ୱ କରୋନା ଭାଇରସ ମହାମାରୀରେ ଗ୍ରସିତ ହୋଇଛି ସେତେବେଳେ କ୍ୱାଡ ଭାବେ ପୁଣି ଥରେ ମାନବତାର ହୀତ ଲାଗି ଏକଜୁଟ ହୋଇଛନ୍ତି। ଏଥିରୁ ଆମର କ୍ୱାଡ ଏକ ପ୍ରକାର ‘ଫୋର୍ସ ଫର ଗ୍ଲୋବାଲ ଗୁଡ’ରେ ପରିଣତ ହୋଇଥିବା ମୋଦି କହିଛନ୍ତି।

ବାଇଡେନ ସମ୍ମିଳନୀକୁ ଉଦଘାଟନ କରି କୋଭିଡରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ ପର୍ଯ୍ୟନ୍ତ ମିଳିତ ଆହ୍ୱାନର ମୁକାବିଲା ଲାଗି ବିଶ୍ୱର ୪ ପ୍ରମୁଖ ଗଣତନ୍ତ୍ର ଏକଜୁଟ ହୋଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ମୋର ପୂର୍ଣ୍ଣ ବିଶ୍ୱାସ ଆମେ ୪ ସହଯୋଗୀ ହୀନ୍ଦ-ପ୍ରଶାନ୍ତ ସମେତ ସାରା ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ଆଣିପାରିବା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭାରତ ଆମନ୍ତ୍ରଣ ମଧ୍ୟ କରିଥିବା ବୈଦେଶିକ ମନ୍ତ୍ରାଳୟ ସୂଚିତ କରିଛନ୍ତି।

   Related Posts