ପରୀକ୍ଷା ପେ ଚର୍ଚ୍ଚା: ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ’ପରୀକ୍ଷା ପେ ଚର୍ଚ୍ଚା ମୋ ପରୀକ୍ଷା’
27/01/2023 at 11:48 AM

ନୂଆଦିଲ୍ଳୀ, ୨୭/୦୧: ଭାରତ ସରକାର ଶୁକ୍ରବାର ଅର୍ଥାତ୍ ୨୭ ଜାନୁଆରୀରେ ପରୀକ୍ଷା ପେ ଚର୍ଚ୍ଚା ଆୟୋଜିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକାଟୋରା ଇଣ୍ଡୋର ଷ୍ଟାଡିୟମରେ ଛାତ୍ର-ଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ କଥା ହେଉଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଧାସଳଖ କଥା ହେଉଛନ୍ତି।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପରୀକ୍ଷା ପେ ଚର୍ଚ୍ଚା ମୋର ପରୀକ୍ଷା। ପିଲାମାନେ ସେମାନଙ୍କ ସମସ୍ୟା କହିଥାନ୍ତି। ନିଜର ବ୍ୟକ୍ତିଗତ ଅସୁବିଧା ମଧ୍ୟ କହିଥାନ୍ତି। ମୋଦୀ କହିଛନ୍ତି ଏହା ମୋ ପାଇଁ ଏହା ସୌଭାଗ୍ୟର କଥା। ମତେ ଜଣାଅଛି ଯେ ଯୁବପିଢ଼ି କ’ଣ ଚାହୁଛନ୍ତି। ଯୁବକଙ୍କୁ ସରକାରଙ୍କ ଠାରୁ କ’ଣ ଆଶା ରହିଛି। ପିଏମ ମୋଦୀ କହିଛନ୍ତି ମୁଁ ନିଜ ସିଷ୍ଟମକୁ କହିଛି ଯେ ଏହି ସବୁ ପ୍ରଶ୍ନକୁ ସମ୍ଭାଳି ରଖିବାକୁ ଫଳରେ ଯେପରି ଏହା ଆଗାମୀ ୧୦-୧୫ ବର୍ଷ ଏହା ଉପରେ ବିଚାର କରାଯାଇପାରିବ। କାରର ଯୁବପିଢ଼ି ବଦଳୁଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ପରିବାରର ଆଶା ରଖିବା ସ୍ବାଭାବିକ। କିନ୍ତୁ ପରିବାର ଲୋକ ସାମାଜିକ ପ୍ରଥାକୁ ଦେଖି ମାର୍କ ଚିନ୍ତା କରୁଛନ୍ତି ଯାହା ଚିନ୍ତାର ବିଷୟ। ପିତା-ମାତାଙ୍କୁ ସାମାଜିକ ଚାପରେ ଏପରି ନକରିବା ଦରକାର।ସେ ଆହୁରି କହିଛନ୍ତି ପିଲାମାନେ ଧ୍ୟାନ ଭାଙ୍ଗିବାକୁ ନଦେବାକୁ ପରାମର୍ଶ ଦେଇଛନ୍ତି। ଯଦି ପିଲାମାନେ ଧ୍ୟାନ କେନ୍ଦ୍ରିତ କରି ରଖିବେ ତେବେ ଏହି ସମସ୍ୟାକୁ ପାର୍ କରିପାରିବେ।