କୋଟି କୋଟି ଯୁବପୀଢିଙ୍କ ଲାଗି ଏକ ବଡ ସୁଯୋଗ ଜାତୀୟ ନିଯୁକ୍ତି ଏଜେନ୍ସୀ, ଏହା ବ୍ୟବସ୍ଥାକୁ ସ୍ବଚ୍ଛ କରିବା ସହ ଦୁର୍ନୀତିମୁକ୍ତ କରିବ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୮: ଜାତୀୟ ନିଯୁକ୍ତି ଏଜେନ୍ସୀ (ଏନଆରଏ)ର ଗଠନ ଦେଶର କୋଟି କୋଟି ଯୁବଗୋଷ୍ଠୀଙ୍କ ପାଇଁ ବଡ ସୁଯୋଗ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ କହିଛନ୍ତି । ଏହାଦ୍ବାରା ଅଲଗା ଅଲଗା ପରୀକ୍ଷାରୁ ମୁକ୍ତି ମିଳିବ । ଏହାଦ୍ବାରା ସମୟ ମଧ୍ୟ ସଞ୍ଚୟ ହେବ ।

ଯୋଗ୍ୟତା ପରୀକ୍ଷା ଆୟୋଜିତ କରିବା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସୀ (ଏନଆରଏ)କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି କହିଥିଲେ ଯେ, ଏହାଦ୍ବାରା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆସିବା ସହ ଏହା ଦୁର୍ନୀତିମୁକ୍ତ ହେବ ।

ସେ କହିଥିଲେ ଯେ, ଜାତୀୟ ନିଯୁକ୍ତି ଏଜେନ୍ସୀ କୋଟି କୋଟି ଯୁବଗୋଷ୍ଠୀଙ୍କ ପାଇଁ ବଡ ସୁଯୋଗ ସୃଷ୍ଟି କରିବ । ଏହାଦ୍ବାରା ଅଲଗା ଅଲଗା ପରୀକ୍ଷାରୁ ମୁକ୍ତି ମିଳିବ । ଏହାଦ୍ବାରା ସମୟ ମଧ୍ୟ ସଞ୍ଚୟ ହେବ । ଏହାଦ୍ବାରା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆସିବ ।

କ୍ୟାବିନେଟ୍‌ ନିଷ୍ପତ୍ତି ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଥିଲେ ଚାକିରି ପାଇଁ ପ୍ରାର୍ଥୀଙ୍କୁ ଏକରୁ ଅଧିକଥର ପରୀକ୍ଷା ଦେବାକୁ ପଡିଥାଏ । ଦେଶରେ ପ୍ରାୟ ୨୦ ନିଯୁକ୍ତି ଏଜେନ୍ସି ରହିଛି । ଆଶାୟୀଙ୍କୁ ବିଭିନ୍ନ ଏଜେନ୍ସି ତରଫରୁ ଆୟୋଜିତ ପରୀକ୍ଷା ପାଇଁ ଅନେକ ସ୍ଥାନ ଯିବାକୁ ପଡିଥାଏ । ଏବେ ଜାତୀୟ ନିଯୁକ୍ତି ଏଜେନ୍ସୀ କମନ ଏଲିଜିବିଲିଟି ଟେଷ୍ଟ (ସିଇଟି)ର ସ୍ଥାନ ନେବ । ଏଥିରେ କୋଟି କୋଟି ଯୁବଗୋଷ୍ଠୀ ଲାଭବାନ ହେବେ । ସେମାନଙ୍କୁ ଏବେ କେବଳ ଏନଆରଏ ଦ୍ଵାରା ହେବାକୁ ଥିବା ପରୀକ୍ଷା ଦେବାକୁ ପଡିବ । ଯାହା ସିଇଟି ଜରିଆରେ ଆୟୋଜିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.