ରୂପ ବଦଳାଉଛି କରୋନା, ସଂକ୍ରମଣ କମିଲେ ବି ନିୟମ ମାନିବା ଜରୁରୀ- ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 20, 2021 IST

ନୂଆଦିଲ୍ଲୀ, ୨୦/୦୫: କରୋନାର ଦ୍ୱିତୀୟ ଲହର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଭିନ୍ନ ଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ଚି । ୧୦ ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦୀ କହିଛନ୍ତି ଯେ, ଜିଲ୍ଲାର ସବୁ ଛୋଟ ଘଟଣାକୁ ମଧ୍ୟ ଗୁରୁତର ସହ ନେଇ ଲୋକଙ୍କର ସମସ୍ୟାର ସମାଧାନ କରିବାକୁ ହେବ । ମହାମାରୀ ସମୟରେ ପ୍ରତି ବ୍ୟକ୍ତିଙ୍କ ପାଖରେ ପହଁଚିବା ଆବଶ୍ୟକ । ଯେଉଁ ଜିଲ୍ଲାପାଳ କୌଣସି ନୂଆ ଉପାୟ ଅବଲମ୍ବନ କରି କରୋନା ମୁକାବିଲା କରୁଛନ୍ତି ସେମାନେ ନିଜର ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ବାଣ୍ଟିବା ଦରକାର ।

ସେ ଆହୁରି କହିଛନ୍ତି ଯେ, ଗତ କିଛିଦିନ ହେବ ଦେଶରେ କରୋନା ମାମଲା କମୁଛି । ସଂକ୍ରମଣ ସ୍ତର ଶୂନରେ ନ ପହଁଚିଲା ଯାଏଁ ବିପଦ ଟଲିଛି ବୋଲି କହିହେବ ନାହିଁ । ଯଦି ଅଧିକାରୀମାନେ ଗାଁ ଲୋକଙ୍କ ସହ ସିଧାସଳଖ କଥା ହେବେ ତେବେ ପ୍ରଶାସନ ପ୍ରତି ବିଶ୍ୱାସ ସୃଷ୍ଟି ପାଇବ । ଏହାସହ କଳାବଜାରୀ ଉପରେ ମଧ୍ୟ ଅଙ୍କୁଶ ଲଗାଇବାକୁ ପଡିବ । ଆକ୍ଟିଭ୍ କେସ କମିଲେ ବି ଟେଷ୍ଟିଂ ଓ ଗାଇଡଲାଇନକୁ ପାଳନ କରିବାକୁ ହେବ । ଏବେ ଭାକସିନ୍ ମହଜୁଦ ନେଇ ଆଗୁଆ ସୂଚନା ମିଳୁଛି । ଭାଇରସ ନିଜର ରୂପ ଲଗାତର ଭାବେ ବଦଳାଉଛି ।

ବୈଠକରେ ଜିଲ୍ଲା ଅଧିକାରୀଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ । ନିର୍ବାଚନ ଜିତିବା ପରେ ମମତା ପ୍ରଥମ ଥର ପାଇଁ ମୋଦୀଙ୍କ ସହ କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ମହାରାଷ୍ଟ୍ରର ମୋଟ ୧୮ ଅଧିକାରୀ ବୈଠକରେ ସାମିଲ ଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.