ଭୁବନେଶ୍ବର: ବିଜେପି କାର୍ଯ୍ୟାଳୟରୁ ବୈଠକ ସାରି ରାଜଭବନ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ଦଳୀୟ ନେତାଙ୍କ ସହ ଆଲୋଚନା ଓ ରାତ୍ରିଭୋଜନ ପରେ ରାଜଭବନ ଫେରିଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରିଯାପନ କରିବେ ଓ ଶନିବାର ଡିଜିପି ସମ୍ମିଳନୀରେ ଯୋଗଦେବେ।
ତେବେ ବିଜେପି କାର୍ଯ୍ୟାଳୟରେ ଆଲୋଚନାକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ‘‘ପ୍ରଧାନମନ୍ତ୍ରୀ ପାର୍ଟି ଅଫିସରେ ୨ ଘଣ୍ଟାରୁ ଅଧିକ ସମୟ ରହିଲେ । ଏହି ସମୟରେ ସେ ଦଳୀୟ ନେତାଙ୍କୁ ସୁଖ, ଦୁଃଖ କଥା ପଚାରିବା ସହ ରାତ୍ରିଭୋଜନ କରିଛନ୍ତି।’’
ସେପଟେ ରାଜଭବନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଏକ୍ସରେ ସୂଚନା ଦେଇ ମୋଦୀ କହିଛନ୍ତି ’’ବିଜେପି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିଚାରବିମର୍ଶ କଲି। ରାଜ୍ୟରେ ବିଜେପିକୁ ସଶକ୍ତ କରିବା, ଲୋକଙ୍କ ଜୀବନମାନର ଉନ୍ନତି ନେଇ ଆଲୋଚନା ହୋଇଛି। ’’
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ, ସାଂସଦ ଓ ପାର୍ଟି ପଦାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା ହେବା ସମୟର କିଛି ଫଟୋ#pmnarendramodi #bjppartyoffice #PrameyaNews7 #Bhubaneswar #cmmohanmajhi pic.twitter.com/hMUieNSoKH
— Prameya News7 (@NEWS7Odia) November 29, 2024
ସୂଚନାଥାଉକି, ଡିଜିପି-ଆଇଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ପିଏମ୍ ମୋଦୀଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରମୁଖ।
ଏହା ପରେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦର ବନ୍ଦରରେ ନିକଟରେ ଆୟୋଜିତ ସଭାରେ ଉଦବୋଧନ ଦେବା ପରେ ରାଜଭବନ ଯାଇଥିଲେ ଓ ସେଠାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଦଳୀୟ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି।