ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷର ସର୍ବୋଚ୍ଚ ସମ୍ମାନ, କହିଲେ-ଏହା ଦୁଇ ଦେଶର ବନ୍ଧୁତାର ପ୍ରତୀକ

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ, ଅର୍ଡର ଅଫ୍ ସେଣ୍ଟ ଏଣ୍ଡ୍ରୟୁ ଦ ଏପୋଷ୍ଟଲରେ ସମ୍ମାନିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ । ଏହା ଭାରତ ଏବଂ ରୁଷ ମଧ୍ୟରେ ଶତାବ୍ଦୀ ପୁରୁଣା ବନ୍ଧୁତାର ପ୍ରତିବିମ୍ୱ ଅଟେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତ ଏବଂ ରୁଷ ମଧ୍ୟରେ ବିଶେଷ ଏବଂ ବିଶେଷାଧିକାର ପ୍ରାପ୍ତ ସହଭାଗୀତାର ସମ୍ମାନ ଅଟେ । ସେ କହିଛନ୍ତି ଯେ ପୁଟିନଙ୍କ ନେତୃତ୍ୱରେ ଗତ ୨୫ ବର୍ଷରେ ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହୋଇଛି ।

ଭାରତର ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ ଏବଂ ମସ୍କୋର ଲୋକଙ୍କ ଉନ୍ନତ ଭବିଷ୍ୟତ କଥା କହିଛନ୍ତି । ସେ କହିଛନ୍ତି ଯେ ସବୁ କ୍ଷେତ୍ରରେ ସମ୍ପର୍କକୁ ମଜଭୁତ କରିବାକୁ ହେବ । ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏପରି ନିଷ୍ପତ୍ତି ଯାହା କେବଳ ଦୁଇ ଦେଶକୁ ନୁହେଁ ବରଂ ସାରା ଦୁନିଆକୁ ଲାଭ ଦେବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ-ରୁଷ ସହଭାଗୀତା ଗୁରୁତ୍ୱପୂର୍ଣ୍ଣ ଅଟେ । ଆମ ମତରେ ଶାନ୍ତି ଏବଂ ସ୍ଥିରତା ପାଇଁ ଉଦ୍ୟମ ଜାରି ରଖିବା ଦରକାର । ଆମେ ଏହି ଦିଗରେ ଲଗାତାର କାମ କରିବୁ ।

ପୁଟିନଙ୍କୁ ସମ୍ୱୋଧନ କରି ମୋଦୀ କହିଛନ୍ତି ଯେ ଆପଣ ଦୁଇ ଦେଶ ମଧ୍ୟରେ ଯେଉଁ ରଣନୀତିକ ସମ୍ପର୍କର ମୂଳଦୂଆ ରଖିଛନ୍ତି ତାହା ସମୟ ସହ ମଜଭୁତ ହୋଇଛି । ପିପଲ ଟୁ ପିପଲ ପାର୍ଟନରଶିପ ଉପରେ ଆଧାରିତ ଆମ ପାରସ୍ପାରିକ ସହଯୋଗ ଆମ ଲୋକଙ୍କ ଭିତରେ ଭବିଷ୍ୟତର ଆଶା ହୋଇଛି ଏବଂ ଗ୍ୟାରେଣ୍ଟି ମଧ୍ୟ ହୋଇଛି ।

ପିଏମ୍ ମୋଦୀଙ୍କୁ ରୁଷରେ ଯେଉଁ ସମ୍ମାନରେ ସମ୍ମାନିତ କରାଯାଇଛି ତାର ସ୍ଥାପନା ୧୬୯୮ରେ ଜାର ପିଟର ଜ ଗ୍ରେଟ୍ କରିଥିଲେ । ଏହା ୟଶୁଙ୍କ ଫର୍ଷ୍ଟ ଏପୋଷ୍ଟଲ (first apostle) ଏବଂ ରୁଷର ସଂରକ୍ଷକ ସନ୍ଥ, ସେଣ୍ଟ ଏଣ୍ଡ୍ରୟୁଙ୍କ ସମ୍ମାନରେ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.