ନିର୍ବାଚନ ପାଇଁ ସରଗରମ ଛତିଶଗଡ ; ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Published By : Prameya-News7 Bureau | November 09, 2018 IST

ଜଗଦଲପୁର ୯|୧୧: ନିର୍ବାଚନ ପାଇଁ ସରଗରମ ଛତିଶଗଡ। ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ  ଜଗଦଲପୁରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ରମଣ ସିଂହ ନିର୍ବାଚନମଣ୍ଡଳୀରୁ ରୋଡ୍ ଶୋ’ ଆରମ୍ଭ କରିବେ ରାହୁଲ । ଦୁଇ ଦିନିଆ ଗସ୍ତରେ ୫ ଟି ରାଲିକୁ ରାହୁଲ ସମ୍ବୋଧନ କରିବେ ବୋଲି ଜଣାପଡିଛି । ଏହି ରୋଡ଼ ଶୋ’ ମାଧ୍ୟମରେ ଏଆଇସିସି ଅଧ୍ୟକ୍ଷ ସିଧାସଳଖ ରମଣ ସିଂହଙ୍କୁ ଟାର୍ଗେଟ୍ କରିପାରନ୍ତି । ସେହିପରି ପରବର୍ତ୍ତୀ ସମୟରେ କୋଣ୍ଡାଗାଁଓ, ଚାରମା, ପଙ୍ଖଜୁର ଓ ଦୋଙ୍ଗାଗଢ଼ରେ କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଗଦଲପୁରରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ତରଫରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ଅଟଳ ବିହାରୀ ବାଜେପାୟୀଙ୍କ ଝିଆରୀ କରୁଣା ଶୁକ୍ଳା। ମୋଦି ମଧ୍ୟପ୍ରଦେଶରେ ୯ ରୁ ୧୦, ରାଜସ୍ଥାନରେ ୭ ରୁ ୮, ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟରେ ଓ ତେଲେଙ୍ଗାନାରେ ୩ ରୁ ୪ରୁ ଟି ରାଲିକୁ ସମ୍ବୋଧନ କରିବେ ବୋଲି ଜଣାପଡିଛି । ଛତିଶଗଡ଼ରେ ୯୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଆସନ୍ତା ୧୨ ତାରିଖ ପ୍ରଥମ ପର୍ଯ୍ୟାୟ ରେ ମାଓ ଉପଦ୍ରବ ଅଂଚଳର ୧୮ ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୭୨ଟି ଆସନ ପାଇଁ ମତଦାନ ହେବ । ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ମିଜୋରାମରେ ହେବ ଲଢ଼େଇ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.