ଚୀନ-ଭାରତ ସୀମା ବିବାଦ : Weibo ଛାଡିଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | July 01, 2020 IST

ନୂଆଦିଲ୍ଲୀ ୦୧/୦୭ : ଚୀନ-ଭାରତ ସୀମା ବିବାଦ ଉତ୍ତେଜନା ଥମିବାର ନାଁ ନେଉନାହିଁ | ଭାରତ ସରକାର ସୋମବାର ଦିନ ୫୯ଟି ଚାଇନିଜ ଆପ ବ୍ୟାନ କରିଦେଇଛନ୍ତି | ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନିଜ ଆପ Weibo ରୁ ନିଜ ଆକାଉଣ୍ଟ ହଟେଇ ଦେଇଛନ୍ତି | ମୋଦି ୨୦୧୫ ମସିହାରେ ଏହି ଆପ ଜଏନ କରିଥିଲେ | Weibo ମଧ୍ୟ ୫୯ ଆପ ତାଲିକାରେ ସାମିଲ ଅଛି ଯେଉଁସବୁ ଆପ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଛନ୍ତି | ଏହି ଆପରେ ମୋଦିଙ୍କ ଆକାଉଣ୍ଟରୁ ଡାଉନଲୋଡ଼ ହୋଇଥିବା ସମସ୍ତ ଭିଡିଓ ମଧ୍ୟ ଡିଲିଟ ହୋଇଯିବ |

{"id":294449,"sizeSlug":"large"}

ସୂଚନାଯୋଗ୍ୟ ଯେ, Weibo ଆପ ରେ ଭିଆଇପି ଆକାଉଣ୍ଟ ହଟାଇବା ପାଇଁ କିଛି ବିଶେଷ ନିୟମ ରହିଛି | ଏହି ଆକାଉଣ୍ଟକୁ ହଟାଇବା ପାଇଁ ଆପ ତରଫରୁ ଅନୁମତି ମିଳିବ ବିଳମ୍ବ ହେଉଥିଲା | ଏହି ଆପ ଦ୍ୱାରା ମୋଦିଙ୍କ ଆକାଉଣ୍ଟରେ ୧୧୫ଟି ଭିଡିଓ ପୋଷ୍ଟ ହୋଇଥିଲା | ଆପୋଷ ବୁଝାମଣା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ସମସ୍ତ ଭିଡିଓ ଡିଲିଟ କରିଦିଆଯିବା | ବହୁ ପ୍ରୟାସ ପରେ ୧୧୩ ଭିଡିଓ ଡିଲିଟ କରାଯାଇଛି |

wp:core-embed/twitter {"url":"https://twitter.com/ANI/status/1278293374420824071","type":"rich","providerNameSlug":"twitter","className":""}
https://twitter.com/ANI/status/1278293374420824071
/wp:core-embed/twitter

ଯେଉଁ ୨ଟି ପୋଷ୍ଟ ଡିଲିଟ ହୋଇପାରିନାହିଁ ସେଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫଟୋ ଅଛି | ଏବେ ମଧ୍ୟ ମୋଦିଙ୍କ ଆକାଉଣ୍ଟରେ ଏହି ଦୁଇଟି ଫଟୋ ଦେଖିବାକୁ ମିଳୁଛି | ଏହି ଆକାଉଣ୍ଟରେ ମୋଦିଙ୍କ ୨ ଲକ୍ଷ ୪୪ ହାଜର ଫଲୋୟର୍ସ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.