ବିଦେଶରେ ବିବାହ କ'ଣ ଜରୁରୀ ? ପ୍ରଧାନମନ୍ତ୍ରୀଙ୍କ ଅପିଲ୍- ‘ଘର ଟଙ୍କା ଘରେ ହିଁ ଖର୍ଚ୍ଚ କର’

Published By : Prameya-News7 Bureau | November 26, 2023 IST

ନୂଆଦିଲ୍ଲୀ: କିଛି ଧନୀ ପରିବାରଙ୍କ ଦ୍ୱାରା ବିଦେଶରେ ବିବାହ ଆୟୋଜନକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ରବିବାର ସେ ଲୋକଙ୍କୁ ଭାରତରେ ହିଁ ଏହିପରି ସମାରୋହ ଆୟୋଜନ କରିବା ଅପିଲ୍ କରିଛନ୍ତି । ଯାହାଦ୍ୱାରା ଦେଶର ଟଙ୍କା ଦେଶ ଭିତରେ ହିଁ ରହି ପାରିବ । ପ୍ରଧାନମନ୍ତ୍ରୀ ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ର ୧୦୭ତମ ସଂସ୍କରଣରେ କହିଛନ୍ତି ଯେ ଚଳିତ ପାର୍ବଣ ଋତୁରେ ଚାରି ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହୋଇଛି ଓ ଭୋକଲ୍ ଫର୍ ଲୋକଲ୍‌କୁ ବଳ ମିଳିଛି ।

wp:html /wp:html

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଭୋକାଲ୍ ଫର୍ ଲୋକଲ୍ ଅଭିଯାନକୁ କେବଳ ପାର୍ବଣ ଯାଏ ସୀମିତ ନରଖିବାକୁ ଅପିଲ୍ କରିଛନ୍ତି । ଏହାସହ ସେ ଦେଶବାସୀଙ୍କୁ ନିବେଦନ କରି ବିବାହ ଋତୁରେ ବି ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ମନ୍ କି ବାତ୍ ପୂର୍ବ ସଂସ୍କରଣରେ ଲୋକଙ୍କୁ ସ୍ଥାନୀୟ ଉତ୍ପାଦ କିଣିବା ପାଇଁ ପାଇଁ ନିଜ ଅପିଲ୍ କଥା ଉଲ୍ଲେଖ କରି ପିଏମ୍ କହିଛନ୍ତି, 'ଗତ କିଛି ଦିନରେ ଦୀପାବଳି, ଭାଇ ଦୁଜ ଓ ଛଟ୍ ଅବସରରେ ଦେଶରେ ଚାରି ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର ହୋଇଛି । ଏହି ସମୟରେ ଭାରତରେ ନିର୍ମିତ ଉତ୍ପାଦ କିଣିବା ନେଇ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା'।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭୋକଲ୍‌ ଫର୍ ଲୋକଲ୍ ଅଭିଯାନ ସାରା ଦେଶର ଅର୍ଥବ୍ୟବସ୍ଥାକୁ ମଜଭୁତି ଦେଇଛି । ସେ କହିଛନ୍ତି, 'ଏହା ରୋଜଗାରର ଗ୍ୟାରେଣ୍ଟି । ଏହା ବିକାଶର ଗ୍ୟାରେଣ୍ଟି, ଏହା ଦେଶର ସନ୍ତୁଳିତ ବିକାଶର ଗ୍ୟାରେଣ୍ଟି । ଏହାଦ୍ୱାରା ସହରୀ ଓ ଗ୍ରାମୀଣ ଉଭୟକୁ ସମାନ ଅବସର ମିଳିବ । ଏହାଦ୍ୱାରା ସ୍ଥାନୀୟ ଉତ୍ପାଦରେ ଗୁଣାତ୍ମକ ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ଯଦି କେବେ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଆସେ ତେବେ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରୀ ଆମ ଅର୍ଥବ୍ୟବସ୍ଥାକୁ ସଂରକ୍ଷଣ ଦେଇଥାଏ'। କିଛି ବ୍ୟବସାୟୀ ସଂଗଠନର ଅନୁମାନକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବିବାର ଋତୁରେ ପ୍ରାୟ ପାଞ୍ଚ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମୋଦୀ କିଛି ପରିବାରଙ୍କ ଦ୍ୱାରା ବିଦେଶରେ ବିବାହ ଆୟୋଜନ ପ୍ରଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ନିଜ ସନ୍ଦେଶରେ ସେ କହିଛନ୍ତି, 'ଭାରତ ମାଟିରେ ଓ ନିଜ ଲୋକଙ୍କ ମଧ୍ୟରେ ବିବାହ ଆୟୋଜନ କଲେ ଦେଶର ଟଙ୍କା, ଦେଶର ହିଁ ରହିବ'।

Also Read: ପ୍ରଧାନମନ୍ତ୍ରୀଙ୍କ ୧୦୭ତମ ‘ମନ୍ କି ବାତ୍’; ମୁମ୍ବାଇ ହମ୍‌ଲାକୁ ମନେପକାଇଲେ ମୋଦି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.