ଜଗଦଳପୁରରେ ମୋଦିଙ୍କ ନିର୍ବାଚନ ପ୍ରଚାର: ନକ୍ସଲ ପ୍ରସଂଗରେ କଂଗ୍ରେସକୁ କଲେ ଟାର୍ଗେଟ
9/11/2018 at 4:46 PM

ଜଗଦଳପୁର୯|୧୧: ଛତିଶଗଡ ବିଧାନସଭା ନିର୍ବାଚନ ଲାଗି ଆଜି ହାଇପ୍ରୋଫାଇଲ ନିର୍ବାଚନ ପ୍ରଚାର କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଗଦଲପୁରରେ ନିର୍ବାଚନୀ ରାଲିରେ ଜନତାଙ୍କୁ ସମ୍ବୋଧନ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି। ଅର୍ବାନ ନକ୍ସଲଙ୍କୁ ସମର୍ଥନ ଦେବାନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ଅର୍ବାନ ନକ୍ସଲ ଗରୀବ ଆଦିବାସୀଙ୍କୁ ଶୋଷଣ କରୁଛନ୍ତି ବୋଲି ମୋଦି ସଙ୍ଗୀନ ମନ୍ତବ୍ୟ ଦେଇଛନ୍ତି । ଅର୍ବାନ ନକ୍ସଲଙ୍କୁ ସିଧାସଳଖ ସମାଲୋଚନା କରି ମୋଦି କହିଛନ୍ତି ସେମାନେ ଏସି ରୁମରେ ରହୁଛନ୍ତି,ବଡ ବଡ କାରରେର ଯା ଆସ କରୁଛନ୍ତି, ପିଲମାନଙ୍କୁ ପାଠ ପଢାଇବାପାଇଁ ବିଦେଶକୁ ପଠାଉଛନ୍ତି ଅନ୍ୟପଟେ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ଗରିବ ଆଦିବାସୀ ଯୁବକମାନଙ୍କ ଜୀବନକୁ ବରବାଦ କରୁଛନ୍ତି। କଂଗ୍ରେସ ଏହି ଅର୍ବାନ ନକ୍ସଲଙ୍କୁ କାହିଁକି ସମର୍ଥନ ଦେଉଛି ସେନେଇ ପ୍ରଶ୍ନ ଉଠାଇଛନ୍ତି। ନକ୍ସଲଙ୍କ ପ୍ରସଂଗରେ କଂଗ୍ରେସ ଦୋମୁହାଁ ନୀତି ଗ୍ରହଣ କରିଛି ବୋଲି କହିଛନ୍ତି ମୋଦି। ଗୋଟିଏ ପଟେ ଯେତେବେଳେ ସରକରାର ଅର୍ବାନ ନକ୍ସଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି ସେତେବେଳେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଖୁବ୍ ହଙ୍ଗାମା କରୁଛି। ଅନ୍ୟପଟେ ଛତିଶଗଡକୁ ନକ୍ସଲମୁକ୍ତ ରାଜ୍ୟ କରିବାକୁ କଂଗ୍ରେସ ଘୋଷଣା କରୁଛି। ତେଣୁ ବସ୍ତରବାସୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଉଚିତ ଶିକ୍ଷା ଦେବେ ବୋଲି ମୋଦି କହିଛନ୍ତି।